ଜଗତସିଂହପୁର ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ, ୯ସ୍ଥାନରେ ଚଢ଼ାଉ

0
94
ଜଗତସିଂହପୁର ଡେପୁଟି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୧୨) : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନଙ୍କ ନିଜ ଘର, ଅଫିସ, ସର୍ମ୍ପକୀୟ ଘର ଓ ପୈତୃକ ଘର ସମେତ ୯ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗ ର ୨ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି । ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଭୁବନେଶ୍ୱରର ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଚିତ୍ତରଂଜନଙ୍କର ମଞ୍ଚେଶ୍ୱରରେ ଥିବ ଫ୍ଳାଟ, ମଞ୍ଚେଶ୍ୱରର ରଙ୍ଗମାଠିଆରେ ଥିବା ଆଉ ଏକ ଫ୍ଳାଟ ଓ ଚନ୍ଦକା ଅଞ୍ଚଳରେ ଥିବା ଫ୍ଳାଟରେ ଚଢ଼ାଉ କରାଯାଇଛି ।

ସେହିପରି ବାଲେଶ୍ୱରର ୩ଟି ସ୍ଥାନ ଓ ଜଗତସିଂହପୁରରେ ୨ ସ୍ଥାନ ଓ ସୋନପୁରରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି । ଚିତ୍ତରଂଜନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଥିଲା । ତେବେ ଚଢ଼ାଉ ବେଳେ କ’ଣ ସବୁ ଜବତ ହୋଇଛି ତାହା ଜଣାପଡ଼ିନାହିଁ ।