ଟ୍ରାକ୍ଟର ଧକ୍କା ରେ ବାଇକ ଚାଳକର ମୃତ୍ୟୁ

0
399
ଟ୍ରାକ୍ଟର ଧକ୍କା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ସଦରପଞ୍ଚାୟତରେ ଟ୍ରାକ୍ଟର ଧକ୍କା ଦେବାରୁ ବାଇକ ଚାଳକ ମହେନ୍ଦ୍ର ଲୁହା (୨୩) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।WhatsApp Image 2022 12 29 at 20.38.21 ଟ୍ରାକ୍ଟର ଧକ୍କା ରେ ବାଇକ ଚାଳକର ମୃତ୍ୟୁ

ପୁଲିସ ସୂଚନା ଅନୁଯାୟୀ ଆଜି ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଗାଁ’ର କିଛି ଯୁବକ ମିଶି ନିକଟସ୍ଥ ଝରଣାରେ ଭୋଜି କରି ଫେରୁଥିବା ବେଳେ ସୁନାଖଣ୍ଡି ଗାଁ ନିକଟସ୍ଥ ଆମ୍ବତୋଟା ନିକଟରେ ଟ୍ରାକ୍ଟର ଧକ୍କା ଦେବାରୁ ବାଇକ ଚାଳକ ମହେନ୍ଦ୍ର ଲୁହା (୨୩) ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଉକ୍ତ ଯୁବକଟି ପ୍ରଧାନୀଗୁଡା ଗାଁ’ର କାନୁଶି ଲୁହାଙ୍କ ପୁଅ ବୋଲି ଜଣାପଡିଛି । ଉକ୍ତ ଖବର ପାଇ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପ୍ରାଥମିକ ତଦନ୍ତ କରିବାରୁ ଟ୍ରାକ୍ଟର ଧକ୍କା ମାରିଥିବା ଜାଣି ପାରି ଟ୍ରାକ୍ଟରକୁ ଖୋଜିଥିଲେ ।

ଦୁର୍ଘଟଣା କରିଥିବା ଟ୍ରାକ୍ଟର ଟି ପଲିଗାଁ ରେ ଛାଡି ଦେଇ ଚାଳକ ଫେରାର ରହିଛି । ପୁଲିସ ଟ୍ରାକ୍ଟର ନମ୍ବର ଓଡ଼ି୧୮ ୭୫୯୪ ଓ ବାଇକ ନମ୍ବର ଓଡ଼ି୧୮ ଏ ୪୮୬୫ ଜବତ କରିବା ସହିତ ଶବ ଜବତ କରିଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ଶବ ଆସନ୍ତା କାଲି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି । ଟ୍ରାକ୍ଟର ଚାଳକ କୁ ତୁରନ୍ତ ଖୋଜି ବାହାର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଟ୍ରାକ୍ଟରରେ ଡାଲା ରେ ଯୁବକର ମାଂସ ଖଣ୍ଡ ଲାଗିଥିବାରୁ ସନ୍ଦେହ କରି ଟ୍ରାକ୍ଟରକୁ ଜବତ କରିଥିବା କହିଛନ୍ତି ।