ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା କୁ ରୋପ୍ୟ ପଦକ

0
84
ଜାତୀୟ ସ୍ତରୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୧/୧୨) : ଜାତୀୟ ସ୍ତରରେ ନାଇନ ଏ ସାଇଡ ଫୁଟବଲ ମହାସଂଘ ତରଫରୁ ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଛତିଶଗଡ଼ ରାୟପୁର ଠାରେ ତିନିଦିନ ବ୍ୟାପି ଅନୁଷ୍ଠିତ ।

ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଓଡ଼ିଶାର ଖେଳାଳୀ ମାନେ ଉତ୍ତମ ପ୍ରଦଶନ ସହ ରୋପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶା ଫୁଟବଲ ସଂଘ ର ସାଧାରଣ ସମ୍ପାଦକ ତଥା ଟିଟିଲାଗଡ ର ପ୍ରତିଭାବାନ ଖେଳାଳୀ ଡାନିଏଲ ବାରିକ ଙ୍କ ନେତୃତ୍ୱରେ ଓଡ଼ିଶା ଟିମ୍ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପୂର୍ବରୁ ଟିଟିଲାଗଡ ଠାରେ ତାଙ୍କ ପ୍ରଶିକ୍ଷଣ ରେ ୮ ଦିନ ଧରି ୩୨ ଜଣ ଖେଳାଳି ଙ୍କ ଏକ ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷିତ ହୋଇ ୧୬ ଜଣିଆ ଦଳ ରାୟପୁର ଗସ୍ତ କରିଥିଲେ । ପ୍ରତିଯୋଗୀ ଖେଳାଳୀ ଙ୍କ ଏହି ସଫଳତା ପାଇଁ ଶ୍ରୀ ବାରିକ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।