୧୩ ତମ ପ୍ରକାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

0
142
୧୩ ତମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩୧/୧୨) : ହରଭଙ୍ଗା ବ୍ଲକ ଅଡ଼େଣି ଗଡ଼ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ୧୩ ତମ ପ୍ରକାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜକୁ ୧୦ ଦିନ ଧରି ଚାଲୁଥିବା ଖେଳ ଗତକାଲି ଉଦଯାପିତ ହୋଇଯାଇଛି ।WhatsApp Image 2022 12 31 at 12.45.33 1 ୧୩ ତମ ପ୍ରକାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

୧୩ ତମ ପ୍ରକାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ । ୧୬ ଟି ଦଳକୁ ନେଇ ଏହି ପ୍ରତିଯୋଗିତା ହୋଇଥିବା ଏହି ଖେଳର ଉଦଯାପନୀ ଦିବସ ବା ଫାଇନାଲ ମ୍ୟାଚ ରେ ପୁରୁଣାକଟକ ସହିତ ଫୁଲବାଣୀ ଫିଙ୍କ ଡ୍ରାଗନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଫୁଲବାଣୀ ବିଜୟୀ ହୋଇଥିଲା, ବିଜେତା ଦଳକୁ ପୁରସ୍କାର ରାଶି କୋଡିଏ ହଜାର ଓ ପରାଜିତ ଦଳକୁ ପୁରସ୍କାର ରାଶି ପନ୍ଦର ହଜାର ପ୍ରଦାନ କରାଯାଇଥିଲା ।WhatsApp Image 2022 12 31 at 12.45.33 ୧୩ ତମ ପ୍ରକାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଏହି ଉଦଯାପନୀ ଦିବସରେ କୁମାର ପ୍ରଧାନ -ସ୍ଥାନୀୟ ସରପଞ୍ଚ, ଯୁବ ନେତା ବିଜ୍ଞାତ ବେହେରା ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ସୁବ୍ରତ ପ୍ରଧାନ କରିଥିଲେ ଓ ସୁଧାଂଶୁ ପ୍ରଧାନ ଏବଂ ପ୍ରତାପ ସାହୁ ଖେଳ ପରିଚାଳନା କରିଥିଲେ । ରମାକାନ୍ତ ପ୍ରଧାନ, ମିଲନ ମହାକୁଡ଼, ଟିଂକୁ ସାହୁ, କୁମୁଦ ସାହୁ, ପ୍ରତାପ ସାହୁ, ସୁନୀଲ ପିଣ୍ଟୁ ସାହୁ ରତି ରଞ୍ଜନ ପଟ୍ଟନାୟକ, ସମୟ ପ୍ରଧାନ, ଶର୍ମା ବେହେରା, ସୁନୀଲ ସାହୁ, ରାକେଶ ଭୋଇ, କିରଣ ଭୋଇ, ଦିବୁନି ସାହୁ, ବୁବୁନ ସାହୁ ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।