୬୫ସୋନପୁର ଓ ୬୪ବୀରମହାରାଜପୁର ବିଧାନସଭା ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ

0
216
୬୫ସୋନପୁର

ରିପୋର୍ଟ : ପ୍ରେମାନନ୍ଦ ନାଏକ/ ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୧) : ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ୬୫ସୋନପୁର ଓ ୬୪ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଚଳିତ ବର୍ଷର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ର ୦୧ ଜାନୁଆରୀ ୨୦୨୩ ସୁଦ୍ଧା ପ୍ରକାଶିତ ସବିଶେଷ ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା କୁ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି ।

ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଉଭୟ ନିର୍ବାଚନ ମଣ୍ଡଳୀର ତାଲିକା ହାର୍ଡ କପି ଓ ସଫ୍ଟ କପି ଜରିଆରେ ହସ୍ତାନ୍ତର କରାଯାଇଛି । ଚଳିତ ବର୍ଷ ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ୪୯୪୯ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୩୮୬୮ ନୂତନ ଯୋଗ୍ୟ ଭୋଟର ତାଲିକା ଭୁକ୍ତ ହୋଇଥିବା ବେଳେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ୩୩୪୬ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ୨୨୯୧ ଜଣ ଭୋଟର ପ୍ରକାଶିତ ତାଲିକାରୁ ବାଦ ପଡିଛନ୍ତି । ସଦ୍ୟ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ୧ ଜାନୁଆରୀ ୨୦୨୩ ସୁଦ୍ଧା ଜିଲ୍ଲାରେ ସର୍ବମୋଟ ୪,୫୭,୫୧୮ ଜଣ ଯୋଗ୍ୟ ଭୋଟର ରହିଥିବା ବେଳେ ୬୪ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨,୧୨,୩୩୦ ଜଣ ଓ ୬୫ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ
୨,୪୫,୧୮୮ ଜଣ ଭୋଟର ରହିଛନ୍ତି ।

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ନିର୍ବାଚନ ଅଧିକାରୀ ଯଶସ୍ଵିନୀ ପୃଥାଲ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଉପସ୍ଥିତ ରହିଥିବାବେଳେ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ପ୍ରତିନିଧି ଜନ୍ମେଜୟ ପାତ୍ର, ଭାରତୀୟ ଜନତା ପାର୍ଟି ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ, ଜିଲ୍ଲା ପ୍ରତିନିଧି ସୁଧୀର ପଣ୍ଡା, ଏସ ୟୁ ସି ଆଇ ଜିଲ୍ଲା ପ୍ରତିନିଧି ଗୋବିନ୍ଦ ମହାରଣା ଯୋଗଦାନ କରି ସଦ୍ୟ ପ୍ରକାଶିତ ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ଗୁଡିକୁ ଗ୍ରହଣ କରିଥିଲେ ।