ମା ମାର୍କମା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

0
117
ମା ମାର୍କମା ମହାବିଦ୍ୟାଳୟ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୦୪/୦୧) : ମା ମାର୍କମା ମହାବିଦ୍ୟାଳୟ ଯୁକ୍ତ ତିନି ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରିଡା ଉତ୍ସବ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।WhatsApp Image 2023 01 05 at 12.49.53 ମା ମାର୍କମା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଯୁକ୍ତ ତିନି ଅଧ୍ୟକ୍ଷ କେପଟେନ ବି ରବି ଶଙ୍କର ମା ମାର୍କମା ମନ୍ଦିର ରେ ପୂଜା ଅର୍ଚ୍ଚନା ପରେ କ୍ରୀଡ଼ାବିତ ମାନଙ୍କୁ ମଶାଲ ହସ୍ତାନ୍ତର କରିଥିଲେ । ଏହାପରେ କ୍ରିଡ଼ାବିତ ମାନେ ମା ମାର୍କମା ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ମା ମାର୍କମା ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ଙ୍କୁ ହସ୍ତାନ୍ତର କରିଥିଲେ ଯାହା ଖେଳ ପଡ଼ିଆରେ ସ୍ଥାପନା କରିଥିଲେ । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ର ଆବଶ୍ୟକତା ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ରୂପେ ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ବରିଷ୍ଠ ଓକିଲ ଶ୍ରୀ ମନ୍ମଧା ରାଓ ଏବଂ ଯୁକ୍ତ ତିନି ର ସଭାପତି ଶ୍ରୀ ସୁଦର୍ଶନ ରଥ ଯୋଗ ଦେଇଥିଲେ ।WhatsApp Image 2023 01 05 at 12.49.33 ମା ମାର୍କମା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଏହି କାର୍ଯ୍ୟକ୍ରମ ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଓ ଯୁକ୍ତ ତିନି ଅ ଅଧ୍ୟକ୍ଷ କେପଟେନ ବି ରବି ଶଙ୍କର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା । କ୍ରୀଡ଼ ଶିକ୍ଷକ ଶ୍ରୀ ରବୀନ୍ଦ୍ର ନାରାୟଣ ଛନ୍ଦ କ୍ରୀଡ଼ାବିତ ଓ କ୍ରୀଡ଼ା ସଂଯୋଜଜକ ମାନଙ୍କୁ କ୍ରୀଡା ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ ୪୦୦ ମିଟର ପୁରୁଷ ଦୌଡ଼ ପ୍ରତିଯୋଗିତାରୁ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଉଭୟ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଇଂରାଜୀ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ ସଭାକାର୍ଯ୍ୟ ସମ୍ପାଦନା କରିଥିଲେ ।