ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ପାଳନ ଅନୁଷ୍ଠିତ

0
113
ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୦୧) : ସ୍ଥାନୀୟ ସଂସ୍କୃତି ଭବନ ରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 01 07 at 22.26.16 1 ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ପାଳନ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ପାଳନ ଅନୁଷ୍ଠିତ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖାଦ୍ୟର ଉପଯୁକ୍ତ ପ୍ରକ୍ରିୟା କରଣ ଓ ମାନବ ଜୀବନରେ ଖାଦ୍ୟର ସୁ ଉପଯୋଗୀତା ଉପରେ ଆଲୋକପାତ କରିଥିଲେ ଯାହା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ବିଶେଷ ଅପରିହାର୍ଯ୍ୟ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ, ଡ଼ଃ ପଦ୍ମହଂସା ଦୋରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଯୋଗଦାନ କରି ଆମ ଜୀବନଚର୍ଯା ରେ ପୋଷଣ ଖାଦ୍ୟ ର ଆବଶ୍ୟକତା ଓ ସମାଜ ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମ ରେ ସିଡିପିଓ ସୋନପୁର ନିବେଦିତା ସରାଫ, ସିଡିପିଓ ଡୁଙ୍ଗୁରିପାଲି ଦମୟନ୍ତୀ ଗଡ଼ତିଆ, ସିଡିପିଓ ଉଲୁଣ୍ଡା ଜୟନ୍ତୀ ସ୍ୱାଇଁ , ସିଡିପିଓ ବିନିକା ଲଷ୍ମୀପ୍ରିୟା ମିଶ୍ର, ସିଡିପିଓ ବୀରମହାରାଜପୁର ସୁଦର୍ଶନୀ ରଥ, ଜିଲ୍ଲା ସଂଯୋଜକ ବାଲ୍ୟ ବିବାହ ନିରୋଧକ ରାକେଶ ପଧାନ ସହ ସମସ୍ତ ଆଇ ସି ଡି ଏସ ସୁପରଭାଇଜର, କିଶୋରୀ ବାଳିକା, ଏଏନଏମ, ଆଶା, ଅଙ୍ଗନୱାଡି କର୍ମକର୍ତ୍ତା, ଏନଆରସି କାଉନସିଲର ଦୀପ୍ତିମୟୀ ପଧାନ ଓ ସ୍ଵାଗତିକା , କେ ଭି କେ ବୈଜ୍ଞାନିକ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରେଣୁବାଳା ଦାଶ ସଭାରେ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରିଣୀ ଅନିତା ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।WhatsApp Image 2023 01 07 at 22.26.17 ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ପାଳନ ଅନୁଷ୍ଠିତ

ସମସ୍ତ ବ୍ଲକ ଆଇସିଡ଼ିଏସ ତରଫରୁସୁସ୍ଥ ଶିଶୁ ଓ ଏକ ସୁସ୍ଥ ମାଁ ସହ ସୁସ୍ଥ ଶରୀର ଓ ମାନସିକ ବିକାଶ ପାଇଁ ଉପଯୋଗୀ ବିଭିନ୍ନ ପୋଷାକ ଖାଦ୍ୟ ର ପ୍ରଦର୍ଶନ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ପ୍ରତି ବ୍ଲକ ସ୍ତରରୁ ଜଣେ ଲେଖାଏଁ ବେଷ୍ଟ ଅଙ୍ଗନୱାଡି କର୍ମୀ, ବେଷ୍ଟ ବେବି, ଓ ଅଦ୍ଵିକା ଚମ୍ପିୟାନ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲାର ବେଷ୍ଟ ଆଇ ସି ଡି ଏସ ସୁପରଭାଇଜର ଭାବେ ତରଭା ଆଇ ସି ଡି ଏସ ସ୍ଵାଗତିକା ରଥ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ପୁନଶ୍ଚ କାର୍ଯ୍ୟକ୍ରମ ରେ ସ୍ପଟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ପୋଷକ ସମ୍ୱନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଇସିଡିଏସ ଷ୍ଟାଫ ଓ ସ୍ଵଧାର ଗୃହ ର ଅନ୍ତେବାସୀ ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।