ସହର ମଧ୍ୟରେ ଜନଗହଳି ସ୍ଥାନରେ ବିଦେଶୀ ମଦଦୋକାନ, କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

0
310

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୮/୦/) : ରାୟଗଡ଼ା ସହର ମଧ୍ୟରେ ଜନଗହଳି ସ୍ଥାନମାନଙ୍କରେ ବିଦେଶୀ ମଦ ଦୋକାନ ଜନ ସାଧାରଣଙ୍କର ମୁଖ୍ୟଚିନ୍ତାର କାରଣ ପାଲଟିଛି ବୋଲି ଅଭିଯୋଗ ହୋଇଛି । ସହରରେ ନୂତନ ଭାବେ ଖୋଲିଥିବା ମଦ ଦୋକାନ ଗୁଡିକ କୋଭିଡ ନିୟମ ଓ ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳୁଛି । ଏପରିକି ସହର ର ସମସ୍ତ ମଦ ଦୋକାନ ରାତି ୧୦ ପର୍ଯ୍ୟନ୍ତ ସେଟାର ପକାଇ ମଦ ବିକ୍ରି କରୁଛନ୍ତି ।4ab2821f 6e13 4213 bbd8 19b5c01de0a8 ସହର ମଧ୍ୟରେ ଜନଗହଳି ସ୍ଥାନରେ ବିଦେଶୀ ମଦଦୋକାନ, କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

ମଦ ଦୋକାନ ମୁଖ୍ୟତଃ ଜନବସତି ଠାରୁ ନିରୋଳା ସ୍ଥାନ ନିରୂପଣ କରାଯାଇଥାଏ ମଦ ଦୋକାନ ପାଇଁ l କିନ୍ତୁ, ବିଡମ୍ବନାର ବିଷୟ ରାୟଗଡା ସହର ମଧ୍ୟରେ ଜନଗହଳି ସ୍ଥାନ ମାନଙ୍କରେ ହିଁ ଅନେକ ମଦ ଦୋକାନ ଖୋଲା ଯାଇଛି l ରାୟଗଡ଼ା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଥିବା ମଦ ଦୋକାନ ଏହାର ଜ୍ଵଳନ୍ତ ଉଦାହରଣ ।

ଏହି ଦୋକାନ ରାତି 8କୁ ବନ୍ଦ କରି ସେଟାୟର ତଳଆଡୁ ମଦ ବିକ୍ରି କରୁଛନ୍ତି। ଏବଂ ରାତି ପ୍ରାୟ ୧୦କୁ ଲୋଡିଙ୍ଗ- ଅନ୍ ଲୋଡିଙ୍ଗ ଆଳରେ, ଦୋକାନ ଖୋଲା ରଖି ମଦ ମଧ୍ୟ ବିକ୍ରି କରୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏପରିକି ଏଠାକୁ କିଣିବା ପାଇଁ ଆସୁଥିବା ଲୋକ ଦୋକାନ ଆଗରେ ହିଁ ଠିଆ ହୋଇ ପିଉଛନ୍ତି ପାଟି ହଟା କରିବା ସହ କିଏ ବିରୋଧ କରିଲେ ଗଣ୍ଡଗୋଳ କରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।0edb2f10 79c2 4bf2 a9b1 7e7e5bb3d3ae ସହର ମଧ୍ୟରେ ଜନଗହଳି ସ୍ଥାନରେ ବିଦେଶୀ ମଦଦୋକାନ, କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

ସାଧାରଣତଃ ମଦଦୋକାନ, ଶିକ୍ଷାନୁଷ୍ଠାନ, ଧାର୍ମିକସ୍ଥଳ ସରକାରୀ କାର୍ଯ୍ୟାଳୟ ତଥା ଡାକ୍ତରଖାନା ଆଦି ଅଞ୍ଚଳରୁ ବହୁତ ଦୂରରେ ରହିବା ସରକାରୀ ନିୟମ ରହିଛି। କିନ୍ତୁ, ରାୟଗଡା ସହରର ଏହି ମଦଦୋକାନ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ହିଁ ରହିଛି, ମଦ ଦୋକାନ ନିକଟରେ ହିଁ ଖ୍ରୀଷ୍ଟିୟାନ ଚର୍ଚ୍ଚ, ଗୁଣ୍ଡିଚା ମନ୍ଦିର ଓ ମସଜିଦ ରହିଛି, ଏପରିକି ପୋଲିସ କଲୋନୀ ମଧ୍ୟ ରହିଛି। ଏହି ପୋଲିସ କଲୋନୀରେ ଶହ ଶହ କର୍ମଚାରୀ ଓ ଅଧିକାରୀ ମଧ୍ୟ ରୁହନ୍ତି।

ମଦ ଦୋକାନ ପାଖରେ କିଛି ପରିବାର ମଧ୍ୟ ବସବାସ କରୁଛନ୍ତି। l ଏହି ଦୋକାନର ମାତ୍ର ପାଞ୍ଚଶହ ମିଟର ଦୂରରେ ମୁଖ୍ୟ ଚିକିତ୍ସାଳୟ ରହିଛି l ମଦପାଇଁ ମାଦ୍ୟପ ଦିବାରାତ୍ର ଅଯଥାରେ ଗହଳି ଜମାଇ ରହିବା ଯୋଗୁଁ ଜରୁରୀ କାଳୀନ ସେବାରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଘଟିଥିବା ମଧ୍ୟ ଦେଖାଦେଉଛି lca3cbc89 7beb 4b94 b97b 7084fe23d8b6 ସହର ମଧ୍ୟରେ ଜନଗହଳି ସ୍ଥାନରେ ବିଦେଶୀ ମଦଦୋକାନ, କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ

ଏହିପରି ମୁଖ୍ୟ ସମସ୍ୟା ପ୍ରତି ଅବକାରୀ ବିଭାଗ ନିଘା ନାହିଁ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ କିଛି ପଚାରିଲେ ଟାଳଟୁଳ ନୀତି ଅବଲମ୍ବନ କରି ସମସ୍ୟାକୁ ଏଡାଇ ଦେଉଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ଏହି ସବୁ ସମସ୍ୟା ସମ୍ପର୍କରେ ରାୟଗଡ଼ା ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଧ୍ୟାନ ଦେବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି। ଅତିଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ କୌଣସି ଗୋଟିଏ ବଡ଼ ଧରଣର ଅଘଟଣକୁ ଆମନ୍ତ୍ରଣ ହେବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।