ଗୁଣପୁର ଆଇନଜୀବୀ ସଂଘ ର ବନ୍ଧୁ ମିଳନ ଓ ବନମହୋତ୍ସବ ଅନୁଷ୍ଠିତ

0
122
ଗୁଣପୁର ଆଇନଜୀବୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୧/୧) : ନବାଗତ ଆଇନଜୀବୀ ଙ୍କ ସ୍ୱାଗତ ଉପଲକ୍ଷେ ଆଜି ଗୁଣପୁର ନିକଟସ୍ଥ ପୁଲୁଗୁମି ଠାରେ ଏକ ଗୁଣପୁର ଆଇନଜୀବୀ ସଂଘ ର ବନ୍ଧୁ ମିଳନ ଓ ବନମହୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।WhatsApp Image 2023 01 11 at 12.31.03 ଗୁଣପୁର ଆଇନଜୀବୀ ସଂଘ ର ବନ୍ଧୁ ମିଳନ ଓ ବନମହୋତ୍ସବ ଅନୁଷ୍ଠିତ

ସଦାସର୍ବଦା ଜନତାଙ୍କ ସେବାରେ ନିହୋଜିତ ଗୁଣପୁର ଆଇନଜୀବୀ ମାନେ ନିଜ କର୍ମମୟ ଜୀବନକୁ କିଛି ସମୟ ପାଇଁ ଭୁଲିଯାଇ ମନଭରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ବନମହୋତ୍ସବ ରେ ଗୁଣପୁର ବାର ର ଶତାଧିକ ଆଇନଜୀବୀ ଓ କିରାଣୀ ମାନେ ଯୋଗ ଦେଇଥିଲେ । ପୂର୍ବରୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ କରୋନା ଯୋଗୁଁ ବିଗତ ତିନିବର୍ଷ ଧରି ଏହା ବନ୍ଦ ରହିଥିଲା । ନବାଗତ ଆଇନଜୀବୀମାନେ ଏହି ବଣଭୋଜିର ଆୟୋଜନ କରିଥିବା ବେଳେ ଆଇନଜୀବୀ ଇନ୍ଦ୍ରାକ୍ଷି ଦାସ ସେମାନଙ୍କୁ ପୁର୍ଣ୍ଣ ସହଯୋଗ କରିଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ମାନେ ନବାଗତ ମାନଙ୍କୁ ଓକିଲାତି ଓ ଆଇନ ସମ୍ବନ୍ଧରେ ଗୁରୁମନ୍ତ୍ର ପ୍ରଦାନ କରିବା ସହ ଅଧ୍ୟୟନ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।WhatsApp Image 2023 01 11 at 12.31.04 ଗୁଣପୁର ଆଇନଜୀବୀ ସଂଘ ର ବନ୍ଧୁ ମିଳନ ଓ ବନମହୋତ୍ସବ ଅନୁଷ୍ଠିତ

ଜୀବନରେ, କର୍ମକ୍ଷେତ୍ରରେ ଯେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସିନିୟର୍ ମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇ ନବାଗତଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବରିଷ୍ଠ ଓ ନବାଗତ ଆଇନଜୀବୀମାନେ କର୍ମକ୍ଷେତ୍ରର ସବୁ ବାଧାବିଘ୍ନକୁ ଭୁଲି ମନଖୋଲି ନାଚଗିତର ଆସର ଜମାଇଥିଲେ । ଏଭଳି ପରିବେଶ ସୃଷ୍ଟି ହୋଇଥିଲା ସତେ ଯେମିତି ଏକ ପାରିବାରିକ ଉତ୍ସବ ଚାଲିଛି । ବରିଷ୍ଠ ଆଇନଜୀବୀ ମାନେ ନିଜ କର୍ମମୟ ଜୀବନର ଅନୁଭୂତି କହିଥିବା ବେଳେ ନବାଗତ ଆଇନଜୀବୀମାନେ ବାର ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ, ବରିଷ୍ଠ ମାନଙ୍କୁ ସମ୍ମାନ ଦେବା ଓ ବାର ର ସବୁ ନିତି ନିୟମ ମାନି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ନବାଗତ ଆଇନଜୀବୀ ମାନଙ୍କ ଶୁଭ କାମନା କରି ବନମହୋତ୍ସବ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା ।