ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ୨୨ ତମ ବାର୍ଷିକ ଉତ୍ସବ ପାଳନ

0
241
ସ୍ୱାମୀ ବିବେକାନନ୍ଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୧) : କଲ୍ୟାଣସିଂହପୁର ସଦର ମହକୁମା ର ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ୨୨ତମ ବାର୍ଷିକ ଉତ୍ସବ ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ୨୨ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ କରନା ମହାମାରୀ ଯୋଗୁଁ କାର୍ଯ୍ୟକ୍ରମ ହୋଇନଥିଲା । ପିଲାଙ୍କ ଦକ୍ଷତା ବୃଦ୍ଧି ପ୍ରତିପାଦନ କରିବା ପାଇଁ ପ୍ରତି ବର୍ଷ ପାଳନ କରାଯାଇ ଥାଏ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଏଙ୍କେଟେଶ୍ଵର ପାଢ଼ୀ ଦୀପ ପ୍ରଜ୍ଵଳନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ଗୁରୁଜୀ କ୍ଷୀରୋଦ କୁମାର ମନ୍ତ୍ରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମଣିକଚାନ୍ଦ ଘୋଷ ମଞ୍ଚ ପରିଚଳନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା କ୍ରୀଡା ବକୃତା ରଚନା ସଙ୍ଗୀତ ନୃତ୍ୟ ଓ ଅନ୍ୟାନ୍ୟ ମୋଟ ୭୨ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ସମସ୍ତ ଗୁରୁମା ଓ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଅବିଭାବକ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।