ଦୋହଲିଲା ଧର୍ମଶାଳା, ଲୋକେ ଭୟଭୀତ

0
138
ଦୋହଲିଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଡେରାଡୁନ, (୧୪/୦୧) : ଦୋହଲିଲା ଧର୍ମଶାଳା । ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଆଜି ସକାଳୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ।

ଦୋହଲିଲା ଧର୍ମଶାଳା । ଗୋଟିଏ ପଟେ ଯୋଶୀମଠ ଧସୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମଶାଳାରେ ଆସିଥିବା ଭୂମିକମ୍ପ ଲୋକଙ୍କୁ ଭୟଭୀତ କରାଇଛି । ଆଜି ସକାଳ ୫.୧୭ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ହିମାଚଳ ପ୍ରଦେଶର ପୂର୍ବ ଧର୍ମଶାଳାରୁ ୨୨ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦଭୂତ ହୋଇଥିବା ବୈଜ୍ଞନିକମାନେ କହିଛନ୍ତି । ତେବେ ଏଥିରେ କାହାର ମୃତାହତ ହୋଇନାହିଁ । କ’ଣ କ୍ଷୟକ୍ଷତି ଘଟିଛି ସେ ନେଇ ସୂଚନା ମଧ୍ୟ ନାହିଁ ।

ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ପଶ୍ଚିମ ଅଂଶଟି ଭୂମିକମ୍ପର ପଞ୍ଚମ ଜୋନ୍‌ରେ ଆସୁଛି । ଏ ଅଞ୍ଚଳରେ ଭୂମିକମ୍ପ ହେବା ଆଶଙ୍କା ଅଧିକ ରହିଛି । ଉତ୍ତରାଖଣ୍ଡର ଯୋଶୀମଠ ପାଖରୁ ପ୍ରାୟ ୨୦୦ କିଲୋମିଟର୍ ଦୂର ଉତ୍ତରକାଶୀରେ ୨.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ହିମାଚଳ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ସେହିପରି, ଜାନୁଆରି ୮ ତାରିଖ ରାତି ପ୍ରାୟ ୧୧.୧୨ରେ ଜମ୍ମୁ ଓ କଶ୍ମୀରର କିସ୍ତୱାଡାଠାରୁ ପ୍ରାୟ ୧୦ କିଲୋମିଟର୍ ଦୂରରେ ମଧ୍ୟ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ‌ହୋଇଥିଲା ।