ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଝୁଲଣ ପର୍ବ ପାଳିତ : ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ପର୍ବ ପାଳିତ ହେବ

0
188

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୮/୦୮) : ଆଜି ଢେଙ୍କାନାଳର ଝାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ଝୁଲଣ ପର୍ବ ପାଳିତ ହୋଇଯାଇଛି । ଆଜିଠାରୁ ପାଞ୍ଚ ଦିନ ବ୍ୟାପି ଏହି ଝୁଲଣ ପର୍ବ ମଠର ପରମ୍ପରା ଅନୁସାରେ ପାଳିତ ହୋଇଯିବ ।

ମଠର ନୀତିକ୍ରାନ୍ତି ଓ ପରମ୍ପରା ଅନୁସାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ,ଲକ୍ଷ୍ମଣ ଜି ଏବଂ ମା ସୀତା ଙ୍କର ଏହି ଝୁଲଣ ପର୍ବ ପାଳିତ ହେବ । ଠାକୁରଙ୍କୁ ମନ୍ଦିରରୁ ମଠର ମଠାଧିସ ମହନ୍ତ ଶ୍ରୀ ବ୍ରହ୍ମାନନ୍ଦ ଜି ଦାସ ମହାରାଜ ଓ ତାଙ୍କର ଗୁରୁଭାଇ ବିଶ୍ବମ୍ବର ଦାସଜି ଠାକୁରଙ୍କୁ ନିଜ କୋଳରେ ଧରି ଝୁଲାଇ ଝୁଲାଇ ଠାକୁର କୁଞ୍ଜକୁ ବିଜେ କରନ୍ତି ।

ଠାକୁର ଦୋଳିକୁଞ୍ଜରେ ବସିବା ପରେ ସେଠାରେ ନାନା ପ୍ରକାରର ଭୋଗ ଲାଗିବାପରେ ଠାକୁରଙ୍କ ୧୦୮ ଆଳତି କରାଯାଇଥାଏ । ଆଜିଠାରୁ ୫ ଦିନ ଲାଗି ଠାକୁରଙ୍କ ପରମ୍ପରା ଚାଲିବ ।