ହ୍ୱାଟ୍ସଆପ୍‌ କମ୍ପାନୀ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ : ବଦଳିଲା ଲିଙ୍କ୍‌ ଶେୟାର କରିବାର ଉପାୟ

0
214

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୦୮) : ହ୍ୱାଟ୍ସଆପ୍‌ କମ୍ପାନୀ ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପ୍‌ରେ ଲିଙ୍କ୍‌ ଶେୟାରିଂ ସହ ଜଡ଼ିତ ଏକ ଭଲ ଜରୁରି ଫିଚର ରୋଲ୍‌ ଆଉଟ୍‌ କରିବା ଆରମ୍ଭ କରିଛି ।

ଗତ ମାସରେ ଖବର ଆସିଥିଲା କି ,ହ୍ୱାଟ୍ସଆପ୍‌ କମ୍ପାନୀ ଆଜିକାଲି ଏକ ଏମିତି ଫିଚର ଉପରେ କାମ କରୁଛି , ଯାହା ୟୁଜରଙ୍କୁ ଲିଙ୍କ୍‌ ଶେୟାର କରିବା ସମୟରେ ଥମ୍ୱନେଲ୍‌ ଇମେଜ୍‌ର ବଡ଼ ପ୍ରିଭ୍ୟୁ ଦେଖିବାର ସୁବିଧା ଦେବ । କମ୍ପାନୀ ଏହି ଫିଚରକୁ ଏବେ ଆଣ୍ଡ୍ରଏଡ୍‌ ଓ ios ବିଟା ୟୁଜର୍ସଙ୍କ ପାଇଁ ରୋଲ୍‌ ଆଉଟ୍‌ କରୁଛି |

ହ୍ୱାଟ୍‌ସଆପ୍‌ରେ ଆସିଥିବା ଏହି ନୂଆ ଫିଚରର ସୂଚନା WABetaInfo ଦେଇଛି । WABetaInfର ରିପୋର୍ଟ ଅନୁସାରେ ଏହି ଫିଚର ଆଣ୍ଡ୍ରଏଡ୍‌ ବିଟା ଭର୍ସନ ୨.୨୧.୧୭.୧୫ ଓ ios ବିଟା ଭର୍ସନ ୨.୨.୧.୧୬୦.୧୭ ପାଇଁ ରିଲିଜ୍‌ କରାଯାଇଛି । କମ୍ପୀନ ଏହି ବିଟା ଅପଡେଟ୍‌କୁ ବ୍ୟାଚେସ୍‌ରେ ରୋଲ୍‌ ଆଉଟ୍‌ କରୁଛି ଏବଂ ଆଜି ରାତି ସୁଦ୍ଧା ପାଖାପାଖି ସବୁ ୟୁଜର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚି ଯିବ |