ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋକୁ ଧକ୍କା ଦେଲା ବୋଲେରୋ, ୩ ଗୁରୁତର

0
100
ସ୍କୁଲ ପିଲାଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୧୮/୦୧) : ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ଅଟୋକୁ ଧକ୍କା ଦେଲା ବୋଲେରୋ ।

ଦୁର୍ଘଟଣାରେ ଅଟୋ ଡ୍ରାଇଭର ସମେତ ୩ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ରାୟଗଡ଼ା ସହର ସ୍ଥିତ ରେଳଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ଏହି ଅଟୋରେ ମୋଟ ୧୩ ଶିଶୁ ଥିଲେ । ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ସ୍କୁଲ ଛୁଟି ହେବା ପରେ ସ୍କୁଲ ପିଲାଙ୍କୁ ନେ଼ଇ ଫେରୁଥିଲା ଏହି ଅଟୋ । ଅପରପାର୍ଶ୍ୱରୁ ରଂଗ ରୁଟରେ ଆସୁଥିବା ବୋଲେରୋ ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ ଜବତ କରି ତଦନ୍ତ କରୁଛି । ସୂଚନା ଅନୁସାରେ, ଏହି ବୋଲେରୋ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭ୍ରାମ୍ୟମାଣ ଚିକିତ୍ସା ସେବାରେ ନିୟୋଜିତ ଥିଲା । ତେବେ ଏ ନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଦୁର୍ଘଟଣା ଘଟିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।