ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ବାଳାଶ୍ରମ କୁ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ

0
103
ଜିଲ୍ଲା ଜର୍ଣ୍ଣାଲିଷ୍ଟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୦୧) : ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ, ବୌଦ୍ଧ ଦ୍ୱାରା ଆଜି ହରଭଙ୍ଗା ବ୍ଲକ ବିରାନରସିଂପୁର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ କୁ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷାଉପକରଣ ବଣ୍ଟନ କରାଯାଇଛି ।

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ବାଳାଶ୍ରମ କୁ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମିନ୍ନା, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ଅତିରିକ୍ତ ଜିଲ୍ଲପାଳ ବବିତାରାଣୀ ଦଳବେହେରା, ପି ଡ଼ି ଅଶ୍ୱିନୀ ମେହେର, ବୌଦ୍ଧ ବ୍ଲକ ବି ଡ଼ି ଓ ଦେବୀପ୍ରସାଦ ଦାସ, ହରଭଙ୍ଗା ବି ଡ଼ି ଓ ବିଜୟ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ ଯୋଗ ଦେଇଥିଲେ । ଫୋରମ ଦ୍ୱାରା ୪୦ ହଜାର ଟଙ୍କାର ଲାଇବ୍ରେରୀ ପୁସ୍ତକ, ଆଲମିରା ଓ ଆଶ୍ରାମର ୬୩ ଜଣ ପିଲାଙ୍କୁ ସ୍କୁଲ ବ୍ୟାଗ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ।

ଜିଲ୍ଲାପାଳ ଶ୍ରୀ ସାହୁ ଆଶ୍ରମ ର ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ଇଂରାଜୀ ଓ ବିଜ୍ଞାନ ଶିକ୍ଷକ ଦୁଇଜଣଙ୍କୁ ଅତିରିକ୍ତ କୋଚିଂ ସକାଶେ ନିଯୁକ୍ତି, ଦଶମ ଉତୀର୍ଣ୍ଣ ପରେ +୨ ରେ ପିଲାଙ୍କୁ ବିଜ୍ଞାନ ପଢ଼ାଇବା ସହିତ ପ୍ରତିବର୍ଷ ବିଭିନ୍ନ ଦାର୍ଶନିୟ ସ୍ଥାନ ଭ୍ରମଣ ଓ ଆଶ୍ରମ ର ବିଭିନ୍ନ ସମସ୍ୟା ବୁଝି ସମାଧାନ ପାଇଁ ସମସ୍ତ ଜିଲ୍ଲାଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନ୍ନା ଆଶ୍ରମ ପିଲାଙ୍କ ପାଇଁ ଖେଳ ପୋଷାକ ସହିତ ଜୋତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ଫୋରମ ର ସମ୍ପାଦକ ଯୁଗୋଳ କିଶ୍ବର ସାମଲ ପରିଚାଳନା କରିଥିବା ବେଳେ ସଭାପତି ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ । ଆଗକୁ ଏହି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଖବର ପ୍ରସାରଣ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ସମ୍ପାଦକ ସୂଚନା ଦେଇଥିଲେ ।