ବାଗପୁର ଗ୍ରାମରେ ହାତୀ ଆକ୍ରମଣରେ ମହିଳା ମୃତ

0
98
ମହିଳା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି,(୨୦/୦୧) : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ବାଗପୁର ଗ୍ରାମର ଜଣେ ୫୦ ବର୍ଷୀୟ ମହିଳା ଚମ୍ପା କରୁଆ ଆଜି ସକାଳ ୮ ଟା ସମୟରେ ନିଜ ଜମିକୁ କପା ତୋଳିବା ପାଇଁ ଯାଇଥିବା ବେଳେ ଜଙ୍ଗଲି ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ପାଇଁ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ମହିଳାଙ୍କ ଶବ ଟିକୁ ଜଗି ରହିଥିବା ବେଳେ। ବନ ବିଭାଗ ତାଙ୍କ କାମ ଭଲ ଭାବରେ କରୁ ନଥିବା ଅଭିଯୋଗରେ ଓ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାଜ୍ୟ ରାଜପଥ ୬(A) ଅବରୋଧ କରିଛନ୍ତି । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି ।