ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ

0
80
ବରିଷ୍ଠ ଶିକ୍ଷକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫.୧) : ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ବୁଧବାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି ।

ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ମତଦାତା ଦିବସ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାୟଗଡ଼ା ଜିଲ୍ଲାରେ ନୂତନ ଓ ପ୍ରତ୍ୟାସିତ ଭୋଟର ପଞ୍ଜିକରଣ, ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ଓ ବ୍ୟାପକ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଅଛି । ଜାତୀୟ ନିର୍ବାଚନ ଆୟୋଗଙ୍କ ମାପସୂଚୀ ଅନୁସାରେ ରାଜ୍ୟର ଅନ୍ୟୁନ୍ୟ ପଚସ୍ତରି ଜଣ ପ୍ରସ୍ତାବିତ ମନୋନୟନ ମଧ୍ୟରୁ ରାଜ୍ୟରେ ଜଣେ ମାତ୍ର ସୁପରଭାଇଜର ଏହି ସମ୍ମାନର ଯୋଗ୍ୟ ହୋଇଥିବାରୁ ନିଜକୁ ଧନ୍ୟ ମନେକରିବା ସହ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ, ନିର୍ବାଚକ ଓ ଉପନିର୍ବାଚକ ତଥା ଭୋଟର ପ୍ରକ୍ରିୟାରେ ସାମିଲ ସମସ୍ତ ଅଧିକାରୀ ଏହାର ଭାଗିଦାରୀ ବୋଲି ଶ୍ରୀ ନୀଳାଞ୍ଚଳ ମିଶ୍ର ପ୍ରକାଶ କରିଛନ୍ତି ।

ନିଳାଞ୍ଚଳ ମିଶ୍ର ଜଣେ ଉତ୍ତମ ଶିକ୍ଷକ ସହ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭାବେ ସମସ୍ତ ବର୍ଗର ଶିକ୍ଷକଙ୍କୁ ଏକ ରଜୁରେ ବାନ୍ଧି ରଖିଛନ୍ତି । ନିର୍ବାଚନ ସମେତ ସରକାରୀ ଯୋଜନା ଏବଂ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ସମାଜ ସେବା କ୍ଷେତ୍ରରେ ସର୍ବଦା ବ୍ରତୀ ରହିଥାନ୍ତି । ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ ହୋଇଥିବାରୁ ତାଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ, ବୁଥ ସ୍ତରୀୟ ତଥା ନିର୍ବାଚନ ସମ୍ପର୍କିତ ଅଧିକାରୀଙ୍କ ଓ ରାୟଗଡ଼ା ଜନସାଧାରଣଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।