ଆଦିବାସୀ ମାନଙ୍କ ଦ୍ୱାରା ବୋରିଗୁମ୍ମା ଠାରେ ପ୍ରବଳ ଜନ ସମାଗମ ସହ ବାଲିଯାତ୍ରା ପାଳିତ

0
137
ଆଦିବାସୀ ମାନଙ୍କ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩୦/୧) : ଆଦିବାସୀ ମାନଙ୍କ ଦ୍ୱାରା ଚିରାଚରିତ ଭାବେ ପାଳିତ ହୋଇ ଆସୁଥିବା ବାଲିଯାତ୍ରା ରବିବାର ବୋରିଗୁମ୍ମା ଠାରେ ପ୍ରବଳ ଜନ ସମାଗମ ସହ ସମ୍ପନ୍ନ ହୋଇଯାଇଛି ।

ଆଦିବାସୀ ମାନଙ୍କ ଦ୍ୱାରା ବୋରିଗୁମ୍ମା ଠାରେ ପ୍ରବଳ ଜନ ସମାଗମ ସହ ବାଲିଯାତ୍ରା ପାଳିତ । ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ର ବିଶେଷତ୍ୱ ହେଲା ଆସନ୍ତା ସମୟରେ କୃଷି, ସ୍ୱାସ୍ଥ୍ୟ ଓ ଅର୍ଥନୀତିକ ଭବିଷ୍ୟତର ପୂର୍ବାନୁମାନ ସହ ପୂଜାର୍ଚ୍ଚନା କରି ପ୍ରତିକୁଳ ପରିସ୍ଥିତିରେ ଉନ୍ନତି କାମନା କରିବା । ଏଥି ପାଇଁ ଯାତ୍ରାର ୯ ଦିନ ପୂରବରୁ ଭୈରବ ମନ୍ଦିର ନିକଟ ବାଲି ଘାଟରୁ ବାଲି ସଂଗ୍ରହ କରି ବାଉଁଶ ଟୋକେଇ ଗୁଡିକରେ ଚାଷୀ ମାନଙ୍କ ଠାରୁ ବିଭିନ୍ନ ଶସ୍ୟର ବିହନ ସଂଗ୍ରହ କରି ବୀଜ ବପନ ସହ ଅଙ୍କୁରିତ ବୀଜର ସମୀକ୍ଷା କରି ଗୁରୁମାଇ (କାଳିସୀ) ମାନେ ସମ୍ପୃକ୍ତ ଚାଷୀ ମାନଙ୍କ କୃଷି ଅର୍ଥନୀତି ତଥା ସ୍ୱାସ୍ଥ୍ୟ ସମ୍ପର୍କିତ ଭବିଷ୍ୟବାଣୀ କରିଥା’ନ୍ତି । ସରକାରୀ ବିହନର ଅଙ୍କୁରଣ ପ୍ରମାଣ ପତ୍ର ଠାରୁ ଅନେକ ଗୁଣରେ ଏହି ଅଙ୍କୁରଣ ପରୀକ୍ଷା ବା (Germination test) ଅଧିକ ସଠିକ୍ ହୋଇଥାଏ ବୋଲି ଆଦିବାସୀ ମାନେ ବିଶ୍ୱାସ କରନ୍ତି ।

ସେମାନଙ୍କ ବିଶ୍ୱାସ ପ୍ରକାରେ ଯେଉଁଠି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସାଟେଲାଇଟର ପାଣିପାଗ ସମ୍ପର୍କିତ ଭବିଷ୍ୟବାଣୀ ଫେଲ୍ ମାରିଯାଏ, ସେହି ସ୍ଥାନରେ ଗୁରୁମାଇ ମାନଙ୍କ ଭବିଷ୍ୟବାଣୀ ସତ ହୋଇଯାଏ । ୨୭ ତାରିଖରେ ମଣ୍ଡେଇ ଯାତ୍ରା ସମ୍ପନ୍ନ ହେବା ପରେ ରବିବାର ପୁରୁଣା ବୋରିଗୁମ୍ମା ଠାରୁ ବୋରିଗୁମ୍ମା ଯାଏ ବାଲି ଚାଙ୍ଗୁଡି ଶୋଭାଯାତ୍ରା ବାହାରି ଥିଲା । ଜୟପୁର ବିଧାୟକଙ୍କ ସହ ସମସ୍ତ ଦଳର ନେତା ତଥା ହଜାର ହଜାର ଲୋକ ସମାଗମ ହୋଇ ଆଦିବାସୀଙ୍କ ଆସ୍ଥା, ପରମ୍ପରା ଓ ଅସ୍ମିତାର ପ୍ରତୀକ ବାଲିଯାତ୍ରା ସମ୍ପନ୍ନ ହୋଇଯାଇଛି ।