ହକି ବିଶ୍ୱକପ ୨୦୨୩ ରେ ବେଲଜିୟମକୁ ହରାଇ ଚାମ୍ପିୟାନ ହେଲା ଜର୍ମାନୀ

0
114
ହକି ବିଶ୍ୱକପ ୨୦୨୩

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୧) : ହକି ବିଶ୍ୱକପ ୨୦୨୩ ରେ ବେଲଜିଅମକୁ ହରାଇ ବିଶ୍ୱ ଚାମ୍ପିୟାନ ହୋଇଛି ଜର୍ମାନୀ ।

ହକି ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକପୁର୍ଣ ରହିଛି । ପ୍ରଥମ କ୍ଵାଟରରୁ ହିଁ ଆକ୍ରମକ ଖେଳ ଆରମ୍ଭ କରିଥିଲା ବେଲଜିଅମ । ୯ ମିନିଟରେ ବେଲଜିଅମ ଦଳର ପ୍ରଥମ ଗୋଲ ଦେଇଥିଲେ ଭାନ ଔବେଳ ଫ୍ଲୋରେଣ୍ଟ ସେହିଭଳି ବ୍ୟକ ତୁ ବ୍ୟକ ୧୦ ମିନିଟରେ ଦଳ ପାଇଁ କୋଶ୍ୟନ୍ସ ଟାଙ୍ଗୁୟ ଆଉ ଏକ ଗୋଲ ଦେଇ ଦଳକୁ ୨-୦ ରେ ଆଗୁଆ କରିଥିଲେ । ସେପଟେ ପ୍ରଥମ କ୍ଵାଟରର ଜର୍ମାନୀ ପେନାଲଟି କର୍ଣ୍ଣରର ପାଇଥିଲେ ହିଁ ସୁଯୋଗକୁ ଗୋଲରେ ପରିଣତ କରିପାଣିନଥିଲା ।

୨୯ ମିନିଟରେ ଜର୍ମାନୀ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ । ପରେ ପରେ ତୃତୀୟ କ୍ଵାଟରରେ ପେଇଲ୍ଲାଟ ଗୋଂଜ଼ାଲୋ ଦ୍ୱିତୀୟ ଗୋଲ ଦେଇ ଦଳକୁ ବରାବର ସ୍ଥିତିକୁ ନେଇଥିଲେ । ସେହିଭଳି ୪୮ ମିନିଟରେ ଜର୍ମାନୀ ଦଳର ଅଧିନାୟକ ଗ୍ରାମ୍ବୁଶ୍ଚ ମଟ୍ସ ଗୋଟିଏ ଗୋଲ ଦେଇ ଦଳକୁ ୩ -୨ ରେ ଆଗୁଆ କରାଇଥିଲେ ।

ଶେଷ କ୍ଵାଟର ର ଲଗାତାର ଭାବରେ ବେଲଜିଅମକୁ ମିଳିଥିଲା ୩ ଟି ପେନାଲଟି ସୁଯୋଗ ମାଧରୁ ଗୋଟିଏରେ ଗୋଲ ଦେବାରେ ସଫଳ ହୋଇଥିଲେ ବେଲଜିଅମ ଖେଳାଳୀ ଵୋମ ଟୋମ । ଏହି ଗୋଲ ସହ ୩ -୩ ରେ ମ୍ୟାଚ ଡ୍ର ହୋଇଥିଲା । ପରେ ସଡ଼ନ ଡେଥରେ ବେଲଜିଅମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିଆନ ହେଲା ଜର୍ମାନୀ । ଏହାକୁ ମିଶାଇ ୩ ଥର ବିଶ୍ୱ ଚାମ୍ପିଯାନ ହେଲା ଜର୍ମାନୀ । ୨୦୦୨, ୨୦୦୬ ସହ ୨୦୨୩ ବିଶ୍ୱକପକୁ ନିଜ ନା’ରେ କଲା ବିଶ୍ୱବିଜେତା ଜର୍ମାନୀ ।