୨୦୦୧ ମସିହା ରୁ ଆରମ୍ଭ ହୋଇଥିଲା ଭାଷା ଆନ୍ଦୋଳନ

0
91
୨୦୦୧

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର/ବଲାଙ୍ଗୀର, (୩୦/୦୧) : ୨୦୦୧ ମସିହା ରୁ ଓଡିଆ ଭାଷା କୁ ସରକାରୀ ଭାବେ ମାନ୍ୟତା ପ୍ରଦାନ କରିବା ନେଇ ବିଶିଷ୍ଟ କବି ତଥା ଆଇନ ଜିବୀ ଗଜାନନ ମିଶ୍ର କ୍ରମାଗତ ଭାବେ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଓଡ଼ିଆ ଭାଷା କୁ ଆଇନ୍ ଅନୁଯାୟୀ ଗ୍ରହଣୀୟ କରିବା ନେଇ ସଫଳତା ହାସଲ କରି ପାରିଥିଲେ ।

୨୦୦୧ ମସିହା ରୁ ଆରମ୍ଭ ହୋଇଥିଲା ଭାଷା ଆନ୍ଦୋଳନ । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବିଚାର ବିଭାଗୀୟ ଅଦାଲତ ରେ ଇ ନେଇ ଏକ ମାମଲା ରୁଜ୍ଜୁ କରିଥିଲେ । ପରେ ସେ ଆଠ ଦିନ ଧରି ଭୁବନେଶ୍ଵର ରେ ଏହି ଭାଷା ଆଇନ୍ କାର୍ଯ୍ୟକାରୀ ହେବାକୁ ନେଇ ଅନଶନ ରେ ବସିଥିଲେ । ପରେ ଅଦାଲତ ରେ ମାମଲା ରୁଜ୍ଜୁ କରି ମାନ୍ୟବର ରାଜ୍ୟ ଉଚ୍ଚ ନ୍ୟାୟାଳୟ ରେ ଏକ ମୋକଦ୍ଦମା ରୁଜ୍ଜୁ କରିଥଲେ । ଉକ୍ତ ମୋକଦ୍ଦମା ରେ ମାନ୍ୟବର ବିଚାରପତି ସରକାରୀ ଭାବେ ସମସ୍ତ ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ଓ ଶ୍ରୀ ମିଶ୍ର ଭାଷା ଆଇନ୍ କାର୍ଯ୍ୟକାରୀ କରିବା ରେ ସକ୍ଷମ ହୋଇ ପାରି ଥିଲେ ।

ଯାହାଦ୍ଵାରା ସାଧାରଣ ନିରକ୍ଷର ଅଳ୍ପ ଶିକ୍ଷିତ ତଥା ସମସ୍ତ ବର୍ଗର ଲୋକଙ୍କ ସବିଶେଷ ବୁଝିବା ଓ ଆବେଦନ ନିବେଦନ କରି ଉପକୃତ ହୋଇ ପାରିବା ଭଳି ଗୁରୁତ୍ଵ ପୂର୍ଣ୍ଣ ରାୟ କାର୍ଯ୍ୟକାରୀ ହୋଇଥିଲା । ଏହା ଅତ୍ୟନ୍ତ ପ୍ରଶଂସନୀୟ ଉଦ୍ୟମ ହୋଇ ପାରି ଥିବା ବେଳେ ବିଭିନ୍ନ ସମସ୍ତ ବର୍ଗର ଲୋକ ଉପକୃତ ହୋଇ ପାରିଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଶ୍ରୀ ମିଶ୍ର ଙ୍କୁ ପ୍ରଶଂସା କରାଯାଇ ଆସୁଛି।

ସେହିପରି ଇତି ମଧ୍ୟର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଏହି ଭାଷା ଆଇନ୍ କାର୍ଯ୍ୟକାରୀ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି,ଯେ ସମଗ୍ର ଦେଶରେ ଭାରତୀୟ ଭାଷାରେ ଅଦାଲତ ରୁ ଆଦେଶ, ରାୟ ଆଦି ନିଜସ୍ଵ ଭାଷାରେ ମିଳିପାରିବ। ବର୍ତମାନ ପାଇଁ ଭାରତ ର ଚାରୋଟି ଭାଷାରେ ଯଥା ଓଡିଆ, ହିନ୍ଦୀ, ତାମିଲ, ଓ ଗୁଜୁରାତି ଭାଷାରେ ଉଚ୍ଚତମ ନ୍ୟାୟାଳୟ ରୁ ସାଧାରଣ ଲୋକେ ପାଇପାରିବେ । ଭବିଷ୍ୟତ ରେ ସମ୍ବିଧାନ ରେ ମାନ୍ୟତା ପ୍ରାପ୍ତ ସମସ୍ତ୍ ୨୨ ଗୋଟି ଭାଷାରେ ଏହା ଉପଲବ୍ଧ ହେବ । ଏତିକି ବେଳେ ସ୍ପଷ୍ଟ କରାଯାଉଅଛି ଯେ ଏହି ଭାଷା ଆନ୍ଦୋଳନ ବା ପ୍ରୟୋଗ ଓଡ଼ିଶା ର ଟିଟିଲାଗଡ ଅଦାଲତ ରୁ ପ୍ରଥମେ ମାମଲା ଦାୟର କରି ଏହି ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ସାରା ରାଜ୍ୟରେ ଏହି ଭାଷା ଆଇନ୍ କାର୍ଯ୍ୟକାରୀ ନେଇ ବିଭିନ୍ନ ମହଲରୁ ବରିଷ୍ଟ ଆଇନଜୀବୀ ତଥା କବି ଗଜାନନ ମିଶ୍ରଙ୍କୁ ଶୁଭେଛା ପ୍ରଦାନ କରାଯାଇଛି । ଏ ନେଇ ଶ୍ରୀ ମିଶ୍ର ଏହି ଭାଷା ଆଇନ୍ କାର୍ଯ୍ୟକାରୀ କରିବା ସାଧାରଣ ଲୋକଙ୍କ ପାଇଁ ନିତାନ୍ତ ଆବଶ୍ୟକ ଯାହା ଦ୍ଵାରା ସମସ୍ତେ ଉପକୃତ ହୋଇ ପାରିବା ସହ ନିଜ, ନିଜ ଆବେଦନ, ନିବେଦନ କରି ନିଜ ଅଧିକାର ସାବ୍ୟସ୍ତ କରିବା ରେ ସହାୟକ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ।