ଗାୟତ୍ରୀ ମନ୍ଦିର ପରିସରରେ ଜନ ଜାଗରଣ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

0
129
ଗାୟତ୍ରୀ

 ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୦/୧/) : ଆଜି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ, ହରିଦ୍ଵାର ଆନୁକୁଲ୍ୟରେ ଗୁଣପୁର ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ପଞ୍ଚକୁଣ୍ଡିୟ ଜନ ଜାଗରଣ ଗାୟତ୍ରୀ ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଗୁଣପୁର, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡା, ରାୟଗଡ଼ା, ପାରଳାଖେମୁଣ୍ଡି, ଗୁଣପୁର ଅଞ୍ଚଳର ଶତାଧିକ ଗାୟତ୍ରୀଭକ୍ତ ଯୋଗଦେଇ ମାଁ ଗାୟତ୍ରୀ ଙ୍କ କୃପା ଲାଭ କରିଥିଲେ । ସୁଦୂର ହରିଦ୍ଵାର ଟୋଲି ର ପରିବ୍ରାଜକ ଶ୍ରୀଯୁକ୍ତ ସୁରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଶ୍ରୀମତୀ ସୁଜାତା ଦାସ ଏହି ପଞ୍ଚ କୁଣ୍ଡିୟ ମହାଯଜ୍ଞ ରେ ପୈାରହିତ କରିଥିଲେ । ସ୍ଵାର୍ଥପର ଦୂନିଆରେ ଆଜି ଯୁବ ସମାଜ ପଥଭ୍ରଷ୍ଟ ହୋଇପଡିଛି । ସେହି ପଥଭ୍ରଷ୍ଟ ମାନବ ମଧ୍ୟରେ ଦେବତ୍ୱର ଉଦୟ କରିବା ହେଉଛି ଗାୟତ୍ରୀପରିବାର ର ପ୍ରଚେଷ୍ଟା । ମନୁଷ୍ୟ ନିଜର ବିଚାରଧାରା ଏବଂ ମାନସିକ ଅବସ୍ଥା ଅନୁସାରେ ହିଁ ସଂସାରରେ ପ୍ରିୟ/ଅପ୍ରିୟ ହୋଇଥାଏ ।

ଗାୟତ୍ରୀ ଉପାସନା ଦ୍ଵାରା ମନୁଷ୍ୟ କିପରି ନିଜ ମନକୁ ସଞ୍ଜତ କରିପାରିବ, ଗାୟତ୍ରୀଉପାସନର ଫଳ ଓ ଯଜ୍ଞ ଦ୍ଵାରା କିପରି ଶାରୀରିକ ଓ ମାନସିକ ଲାଭ ହୋଇଥାଏ ସେ ସମ୍ବନ୍ଧରେ ପରିବ୍ରାଜକ ସୁରେଶ କୁମାର ଦାସ ଭକ୍ତ ମାନଙ୍କୁ ବୁଝାଇଥିଲେ । ବିଶେଷ କରି ଯୁବ ବର୍ଗଙ୍କୁ ରାଷ୍ଟ ନିର୍ମାଣ ପାଇଁ ଆଗକୁ ଆସି କାର୍ଯ୍ୟ କରିବାକୁ ପ୍ରେରିତ ଓ ସଙ୍କଳ୍ପିତ କରିଥିଲେ । ଏହି ଦୁଇଦିନିଆ କର୍ମଶାଳାରେ ପରିବ୍ରାଜକ ସୁରେଶ କୁମାର ଦାସ ପରମପୁଜ୍ୟ ସ୍ୱାମୀ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ପଥ ଅନୁସରଣ କରି ମନୁଷ୍ୟ କିପରି ଦେଵତ୍ଵ ଲାଭ କରିପାରିବ ସେ ସମ୍ବନ୍ଧରେ ଅତି ସୁନ୍ଦର ଭାବରେ ଭକ୍ତ ମାନଙ୍କୁ ବୁଝାଇଥିଲେ ।