ଆନ୍ଧ୍ର ପ୍ରଦେଶ ଜବର ଦଖଲ କରୁଛି ଓଡ଼ିଶାର ସୀମା

0
75
ଆନ୍ଧ୍ର ପ୍ରଦେଶ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୧/୦୨) : ରାୟଗଡ଼ା ବ୍ଲକ ଦୁର୍ଗାପାଡୁ ପଞ୍ଚାୟତର ସୀମାବର୍ତି ଗ୍ରାମ ପାଲମ୍ ତୁଳସୀରେ ଆନ୍ଧ୍ର ପ୍ରଦେଶ ର ସରକାର ଓଡ଼ିଶା ସୀମା ଅଞ୍ଚଳ ୫୦୦ ମିଟର ଦଖଲ କରି ସଡ଼କ ନିର୍ମାଣ କରୁଥିଲେ ।

ଆନ୍ଧ୍ର ପ୍ରଦେଶ ଜବର ଦଖଲ କରୁଛି ଓଡ଼ିଶାର ସୀମା । ଏହାକୁ ପ୍ରତିବାଦ କରି ଓଡ଼ିଶା ସରକାର ଙ୍କ ରାୟଗଡ଼ା ତହସିଲଦାର ଶ୍ରୀ ତାପସ ରାଉତ, ବ୍ଲକ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ଚାଷୀ ଏକତା ପରିଷଦର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କାମ ରୋକି ଥିଲେ । ଉଭୟ ସରକାର କର୍ମଚାରୀଙ୍କ ସହିତ ଆଲୋଚନା କରି ଜାନୁଆରୀ ୩୧ ତାରିଖ ଦିନ ସୀମା ଚିହ୍ନଟ କରିବେ ବୋଲି ସ୍ଥିର କରାଯାଇଥିଲା, ଜାନୁଆରୀ ୩୧ ତାରିଖ ଦିନ ଓଡ଼ିଶା ସରକାର ଅଧିକାରୀ ସଠିକ୍ ସମୟରେ ସୀମା ଅଞ୍ଚଳରେ ପହଞ୍ଚି ଥିଲେ, କିନ୍ତୁ ଆନ୍ଧ୍ର ପ୍ରଦେଶର ସରକାର ତରଫରୁ କୌଣସି ସରକାର କର୍ମଚାରୀ ଉପସ୍ଥିତ ହୋଇ ନ ଥିଲେ ।

ଓଡ଼ିଶା ସରକାର ତରଫରୁ ରାୟଗଡ଼ା ତହସିଲଦାର୍ ଶ୍ରୀ ତାପସ ରାଉତ, ବ୍ଲକ୍ ଅଧିକାରୀ, ଅତିରିକ୍ତ ବ୍ଲକ ଅଧିକାରୀ ରେଭେନୁ ନିରୀକ୍ଷକ ଅଶ୍ୱିନ କୁମାର ପଣ୍ଡା, ପଞ୍ଚାୟତ ଏକ୍ଜିକୁଟିଭ ଅଫିସର ବିଜୟ କୁମାର ନାୟକ, ସନ୍ତୋଷ ଦୋରା, ରାଜସ୍ୱ ସୁପର ଭାଇଯାର ପି ମାଲିକାରଜୁନ ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗା ପୁଆଲା, ଚାଷୀ ଏକତା ପରିଷଦର ଅଧ୍ୟକ୍ଷ ଶ୍ରୀ ପ୍ରତାପ ପୁଆଲା, ସମ୍ପାଦକ ଶ୍ରୀ ପ୍ରିତମ କୁମାର, ଶ୍ରୀ କୋଟେଶ୍ୱର୍ ଗାଣ୍ଟା ଓ ଉକ୍ତ ଗ୍ରାମର ବାସିନ୍ଦା ଉପସ୍ଥିତ ରେ ଆଜି ଗୁଲାଲେଙ୍କା ସୀମା, କିତାଡ଼ାମ୍ବୁ ଓ ୱାଡାଜିଙ୍ଗୁ ସୀମା ଓ ଗୋଇ ପାକା ସୀମା ଚିହ୍ନଟ କରି ସିମା ସ୍ତମ୍ଭ ପୋତି ଥିଲେ ।