ପାଣି ପଞ୍ଚାୟତ ରଥ ପରିକ୍ରମାର ଶୁଭାରମ୍ଭ

0
103
ପାଣି

ରିପୋର୍ଟ :ଗୋପୀନାଥ ଗୌଡ଼
ରାୟଗଡ଼ା, (୧/୨) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣି ପଞ୍ଚାୟତ ର ଶୁଭାରମ୍ଭ କରାଯାଇଛି । ଅତିରକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗଦାନ କରି ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଥିଲେ ।

ଏହି ପାଣି ପଞ୍ଚାୟତ ରଥ ପରିକ୍ରମ।ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପାଣିପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ କରିବା, ଚାଷୀ ମାନଙ୍କୁ ସମାନ ପରିମାଣରେ ଜଳ ସେଚନର ସୁବ୍ୟବସ୍ଥ।, ସୁପରିଚାଳନ, ସୁବଣ୍ଟନ ସଚେତନ କରାଇବା । ଏଣୁ ଉପରୋକ୍ତ ରଥ ଜିଲ୍ଲାପାଳ ରାୟଗଡ଼ା ଙ୍କ କାର୍ଯ୍ୟ।ଳୟରୁ ୦୧/୦୨/୨୦୨୩ ରେ ବାହାରି ଜିଲ୍ଲାରେ ଥିବା ୧୧ଗୋଟି ପଞ୍ଚାୟତ ସମିତିରେ ଥିବା ସମସ୍ତ କ୍ଷୁଦ୍ର ଜଳଚେନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳ ପ୍ରକଳ୍ପକୁ ୦୭/୦୨/୨୦୨୩ ପଯ୍ୟନ୍ତ ଭ୍ରମଣ କରି ୦୮/୦୨/୨୦୨୩ ତାରିଖ ଦିନ ଜିଲ୍ଲା ସ୍ତରୀୟ ପାଣିପଞ୍ଚାଯତ ପକ୍ଷ ୨୦୨୩ ସମାରୋହରେ ଉଦଯାପିତ କରାଯିବ ।

ଉପରୋକ୍ତ ରଥ ପରିକ୍ରମା ସମୟରେ ପ୍ରକଳ୍ପରେ ଥିବା ପାଣି ପଞ୍ଚାୟତର କର୍ମକର୍ତ୍ତା ତଥା ଚାଷୀ ଉପସ୍ଥିତ ରହି ପାଣି ପଞ୍ଚାୟତ ଯୋଜନାକୁ ସୁଦୃଢ କରିବା ପାଇଁ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଜନ, ରାୟଗଡ଼ା, ଜଳବିଭାଜିକା ମିଶ୍ର ନିର୍ଦ୍ଦେଶକ ଦୟାନିଧି ବାଘ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତ ରାୟ, କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ।