ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ

0
104
ପୂର୍ବ ଶତ୍ରୁତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୦୨/୦୨) : ନୂଆପଡା ଜିଲ୍ଲା ବୋଡେ଼ନ ରେ ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ । ଘଟଣା ରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଳା ବୋଡେ଼ନ ପୋଲିସ

ସୂଚନା ଅନୁସାରେ ବୋଡେ଼ନ ଥାନା ଅନ୍ତର୍ଗତ କନକପୁର ମୁଖ୍ୟ ରାସ୍ତା କଡ଼ ଜମିରେ ଜାନୁଆରୀ ୩୦ ତାରିଖ ରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ମୃତକ ଲୋକନାଥ ପାଣ୍ଡେ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ବୋଡେ଼ନ ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବୋଡେ଼ନ ପୋଲିସ ତଦନ୍ତ କରି ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଜଣେ ଅଭିଯୁକ୍ତ ବୋଡେ଼ନର କୃପାସିନ୍ଧୁ ପାଣ୍ଡେ ହୋଇଥିବା ବେଳେ ଅନ୍ୟ ଜଣେ କନକପୁର ଗାଁ’ର ଟଙ୍କଧର ରଣା । ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଖଡ଼ିଆଳ ଏସଡିପିଓ ଅରୂପ ବେହେରା ସୂଚନା ଦେଇଛନ୍ତି ।