ମାଁ ଶୀତଳା ଠାକୁରାଣୀଙ୍କ ଘଣ୍ଟଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0
132
ମାଁ ଶୀତଳା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨/୨) : କୋରାପୁଟ ଜିଲ୍ଲା କୋଟପାଡ଼ ସହରର ଗ୍ରାମଦେବୀ ମାଁ ଶୀତଳା ଠାକୁରାଣୀଙ୍କ ଘଣ୍ଟଯାତ୍ରା ପାଇଁ ଗତ କାଲି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 02 02 at 14.46.10 ମାଁ ଶୀତଳା ଠାକୁରାଣୀଙ୍କ ଘଣ୍ଟଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ମାଁ ଶୀତଳା ଠାକୁରାଣୀଙ୍କ ଘଣ୍ଟଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ଦେବୋତ୍ତର କମିଟି ସଭାପତି ତଥା ତହସିଲଦାର ଶକ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୌରାଧ୍ୟକ୍ଷ ଶଙ୍କର ରାଓ, ଗୌର ରଥ, ମନୋଜ ବିଶୋୟୀ, ଭୀମ ସ୍ୱାଇଁ, ଦେବୀ ପ୍ରସାଦ ନାୟକ, ତପନ ମହାପାତ୍ର, ଗୋପୀନାଥ ବିଶୋୟୀ, ବାବା ପ୍ରହରାଜ, ଗଣେଶ ପଣ୍ଡା, ବି. ସେଙ୍କୁ, ରଞ୍ଜୀତ ପଟ୍ଟନାୟକ, ଶଙ୍କର ପଣ୍ଡା ପ୍ରମୁଖ ଶତାଧିକ ଭକ୍ତ ଉପସ୍ଥିତ ରହି ସଭାପତି ଚୟନ କରିଥିଲେ । ସଭାପତି ପାଇଁ ଦୌଡରେ ଏକାଧିକ ବ୍ୟକ୍ତି ଇତ୍ସୁକ ଥିଲେ, କିନ୍ତୁ ବାହାର ଗଡ ସାହିର ଯୁବକ ମାନେ ବରିଷ୍ଠ ଆଇନଜୀବୀ ପଟ୍ଟନାୟକଙ୍କୁ ସଭାପତି ଭାବରେ ସମର୍ଥନ କରିଥିଲେ ।

ରାମେଶ୍ୱର ଜେନା ସମ୍ପାଦକ, ବିନାୟକ ଆଚାର୍ଯ୍ୟ କୋଷାଧ୍ୟକ୍ଷ, ତଥା ଅନ୍ୟ ୧୧ ଜଣ ସଦସ୍ୟ ମନୋନୟନ କରାଯାଇଥିଲା । ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଗତ ଥର କରୋନା କାରଣରୁ ହୋଇପାରି ନ ଥିଲା । ବର୍ତ୍ତମାନ ୬ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଯୁବ ଗୋଷ୍ଠୀ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ମାଁ ଙ୍କ ହୁକୁମ ମିଳିବା ପରେ ୯ ଦିନର ଯାତ୍ରା ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନୂତନ ଭାବେ ଗଠିତ କମିଟି ସୂଚନା ପ୍ରଦାନ କରିଥିଲେ ।