ଜିଲ୍ଲାସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

0
114
ଜିଲ୍ଲାସଦର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୬/୦୨) : ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଯୋଗାଣ ଅଧିକାରୀ, ନିର୍ବାହି ଯନ୍ତ୍ରୀ ଗ୍ରାମୀୟ ଜଳ ଯୋଗାଣ, ଅଭିଯୋଗ ଶୁଣାଣି ଦାୟିତ୍ୱରେ ଥିବା ଡେ଼ପୁଟି କଲେକ୍ଟର ଅନ୍ଵେଷା ଦାଶ, ଜିଲ୍ଲା ଆପାତକାଳୀନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତହସିଲଦାର ତାପସ କୁମାର ରାଉତ, ବିଡ଼ିଓ ଲଷ୍ମୀ ନାରାୟଣ ସାବତ, ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମଦ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଆଜି ମୋଟ ୫୦ଗୋଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୪୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲାବେଳେ, ୪ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ପାଇଁ ଥିଲା । ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଓ ଦୁଇ ଜଣକୁ ରେଡ୍କ୍ରସରୁ ସହାୟତା ଦିଆଯାଇଛି । ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।