କର୍ମଚାରୀ ଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

0
89
କର୍ମଚାରୀ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୮/୦୧) : କର୍ମଚାରୀ ଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସରକାର ଙ୍କ ବିଭିନ୍ନ କ୍ଷେତ୍ରରେ ବିଭାଗୀୟ ଅଧିକାରୀ ଙ୍କ ବୈମାତୃକ ମନୋଭାବ ଯୋଗୁଁ ସରକାରୀ ଅର୍ଥ ହରିଲୁଟ ହେଉଛି । WhatsApp Image 2023 02 08 at 09.00.37 1 କର୍ମଚାରୀ ଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଏହି ପରିପେକ୍ଷୀରେ ନିଜ କାର୍ଯ୍ୟା ଠିକ ଭାବରେ ନକରିବା ସହ ଅବହେଳା ପାଇଁ ଦୁଇ କର୍ମଚାରୀ ଙ୍କ ଦରମା ବନ୍ଦ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ସୂଚନା ମତେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ କଣ୍ଟାମାଳ ଗସ୍ତରେ ଆସିଥିବା ବେଳେ କଣ୍ଟାମାଳ ତହସିଲ ରେ କାର୍ଯ୍ୟରତ କେସିଅର କାର୍ଯ୍ୟରେ ଅନିୟମିତତା ଅଭିଯୋଗ ରେ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ନିର୍ଦ୍ଦେଶ ନାମାରେ ଆର୍ଥୀକ କାରବାର ସଠିକ ହିସାବ ନଦେବାଯାଏଁ କେସିୟର ଙ୍କ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ରୁ ଆର୍ଥୀକ ନେଣଦେଣ ଉପରେ ରୋକ ଲଗାଯାଇଛି ।

ସେହିପରି କଣ୍ଟାମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅବସ୍ଥାପିତ ମେଡିକାଲ ଅଫିସର ଡ଼ା ଜଗଦୀଶ ସେଠୀ ଙ୍କ ମଧ୍ୟ୍ୟ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟାମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ବାହାର ବଜାରରୁ ନିମ୍ନ ମାନର ଉପକରଣ କ୍ରୟ ହୋଇ ଥିବାନେଇ ଅଭିଯୋଗ ଆଧାରରେ ଡାକ୍ତର ଙ୍କ ଦରମା ବନ୍ଦ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଡ଼ା ସେଠୀ ଦୁଇ ବର୍ଷ ତଳେ କଣ୍ଟାମାଳ ଅଞ୍ଚଳରେ ମାଓବାଦୀ ଆକ୍ରମଣ ରେ ଆହତ ଯବାନ ଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଚର୍ଚ୍ଚା ରେ ଆସିଥିବା ବେଳେ ଡ଼ା ସେଠୀ ଙ୍କ ଏଭଳି କାର୍ଯ୍ୟ ନେଇ ସାଧାରଣ ରେ ଚର୍ଚ୍ଚା ଲାଗି ରହିଛି ।