ବ୍ୟବସାୟୀ ମାନଙ୍କ ଅସନ୍ତୋଷ ସତ୍ତ୍ୱେ ରେଲୱେ ତରଫରୁ ଜବରଦଖଲ ଉଚ୍ଛେଦ

0
265
ବ୍ୟବସାୟୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୨) : ରାୟଗଡା ଜିଲ୍ଲା ବ୍ୟସ୍ତବହୁଳ ବ୍ୟବସାୟୀ ନଗରୀ ମୁନିଗୁଡ଼ାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି ।WhatsApp Image 2023 02 07 at 18.35.50 ବ୍ୟବସାୟୀ ମାନଙ୍କ ଅସନ୍ତୋଷ ସତ୍ତ୍ୱେ ରେଲୱେ ତରଫରୁ ଜବରଦଖଲ ଉଚ୍ଛେଦ

ମୁନିଗୁଡାର ପୂର୍ବତନ ତହସିଲଦାର ତଥା ସେସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଦେବାଶିଷ ଗୌଡ଼ଙ୍କ ନେତୃତ୍ୱ ଏବଂ ମୁନିଗୁଡା ରାଜସ୍ୱ ବିଭାଗ, ମୁନିଗୁଡା ପୋଲିସ, ମୁନିଗୁଡା ଜିଆରପି ଓ ଆରପିଏଫ ବାହିନୀଙ୍କ ମିଳିତ ସହଯୋଗରେ ଏହି ଉଚ୍ଛେଦ ଚାଲିଥିଲା । ମୁନିଗୁଡା ରେଲୱେର ପ୍ରବେଶ ପଥ ଠାରୁ ମୁନିଗୁଡା ଷ୍ଟେଟବ୍ୟାଙ୍କ ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ମଧ୍ୟରେ ଥିବା ସମସ୍ତ କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ଏହି ଉଚ୍ଛେଦକୁ ନେଇ ମର୍ମାହତ ଥିବା ଦେଖିବାକୁ ମିଳିଥିଲା । ପୁରୁଷ ପୁରୁଷ ଧରି ଏହି ସ୍ଥାନରେ ବସବାସ କରି ଏଇଠି ଜନ୍ମ ହୋଇ ଏମାନେ ଛୋଟମୋଟ ବ୍ୟବସାୟ କରି ନିଜ ପରିବାରର ପେଟପୋଷି ଗୁଜୁରାଣ ମେଣ୍ଟାଉଥିଲେ । ଆଜିକାର ଜବରଦସ୍ତ ଉଚ୍ଛେଦକୁ ସେମାନେ ସହଜରେ ଗ୍ରହଣ କରି ପାରୁନଥିଲେ ମଧ୍ୟ ପ୍ରଶାସନ ଆଗରେ ନାଚାର ପଡିଯାଇଥିବା ସେମାନଙ୍କ ହତାସାଭାବରୁ ବାରିହୋଇ ପଡୁଥିଲା ।WhatsApp Image 2023 02 07 at 18.35.50 1 ବ୍ୟବସାୟୀ ମାନଙ୍କ ଅସନ୍ତୋଷ ସତ୍ତ୍ୱେ ରେଲୱେ ତରଫରୁ ଜବରଦଖଲ ଉଚ୍ଛେଦ

ମୁନିଗୁଡା ଭବାନୀପାଟଣା ମୁଖ୍ୟ ସଡ଼କର ବାମପଟ ରେଲୱେ ସାଇଡ଼ରେ ଥିବା ୩୪ ଟି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗତ ତା୧୬-୧୧-୨୨ରିଖରେ ୧୮ ଟି ଦୋକାନ ଘରକୁ ମାଟିରେ ମିଶାଇ ଦିଆଯାଇଥିବା ବେଳେ ଅବଶିଷ୍ଠ ୧୬ଜଣ ବ୍ୟବସାୟୀ ସେସମୟରେ ଅନ୍ୟ ଉପାୟ ନପାଇ ଅବୁଝା ପ୍ରଶାସନର ଦବଙ୍ଗଗିରି ନ୍ୟାୟନୀତି ବିରୁଦ୍ଧରେ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହେବା ସହିତ ୩ ମାସ ପର୍ଯ୍ୟନ୍ତ ରହିତାଦେଶ ଆଣିଥିଲେ । ସେମାନେ ଭାବିଥିଲେ ଏହି ରହିତାଦେଶ ଅବଧି ମଧ୍ୟରେ ପ୍ରଶାସନ ତରଫରୁ ସେମାନଙ୍କୁ ଅନୁକମ୍ପାମୂଳକ ସହାୟତା ସହିତ ନୂଆଭାବେ ବ୍ୟବସାୟ ଆରମ୍ଭ ପାଇଁ ଉପଯୁକ୍ତ ଥଇଥାନ ମିଳିବ । ହେଲେ ପ୍ରଶାସନ ନିଜ ଜିଦରେ ଅଟଳ।ଥଇଥାନ କିମ୍ବା ସହାୟତା ଦେବା ପରିବର୍ତ୍ତେ ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ।

ରେଲୱେର ତୃତୀୟ ରେଳ ଧାରଣା ପାଇଁ ସମ୍ପ୍ରସାରଣ ଜନିତ କାର୍ଯ୍ୟ ତଥା ଷ୍ଟାପକ୍ବାଟର, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ନିର୍ମାଣ ପାଇଁ ଉଚ୍ଛେଦ ଜରୁରୀ ହୋଇ ପଡ଼ିଥିଲା ବୋଲି ପ୍ରଶାସନ ପ୍ରତିକ୍ରିୟାରେ ସଫେଇ ଦେଉଛି । ଅନ୍ୟପଟେ ନିଜ ନିଜର ଦୀର୍ଘ ଦିନର ବ୍ୟବସାୟ ହରାଇ ବିଚାରା ଛୋଟଛୋଟ ବେପାରୀ ମାନେ ବିକଳରେ ତାଙ୍କ ଭଙ୍ଗା ଘରୁ ଜୀବନ ଆଉ ଜୀବିକାର ଭଗ୍ନାଶେଷକୁ ସାଉଁଟୁ ସାଉଁଟୁ ଆଗାମୀ ଭବିଷ୍ୟତକୁ ନେଇ ଦିଗହରା ହୋଇଯାଉଥିବା ଦେଖିବାକୁ ମିଳୁଥିଲା । ଅନ୍ତତଃପକ୍ଷେ ଏହି ବେପାରିମାନଙ୍କୁ ପ୍ରଶାସନ ତରଫରୁ ଥଇଥାନ ହୋଇଥିଲେ ମଙ୍ଗଳ ହୋଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି ।