ସିଆଲି ରେ ବ୍ଲକ ସ୍ତରୀୟ କୃଷକ ମେଳା

0
117
ସିଆଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଞ୍ଚାୟତ ସିଆଲି ଗ୍ରାମରେ ବ୍ଲକ ସ୍ତରୀୟ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରିତ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 02 08 at 21.34.06 ସିଆଲି ରେ ବ୍ଲକ ସ୍ତରୀୟ କୃଷକ ମେଳା

ସିଆଲି ରେ ବ୍ଲକ ସ୍ତରୀୟ କୃଷକ ମେଳା ଅନୁଷ୍ଠିତ । ଜିଲ୍ଲା କୃଷି ଅଧିକାରୀ ବିନୋଦ କୁମାର ଲାକ୍ରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିନିକା କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ସଭା ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ପ୍ରତିନିଧି ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ୍ତିକା ସମସ୍ତେ ପରୀକ୍ଷା କରିବା କଥା ଏବଂ ଚାଷୀ ମାନଙ୍କ ଉତ୍ତମ ଚାଷ ପାଇଁ ସମସ୍ତ ବିଭାଗ ର ଅଧିକାରୀ ମାନେ ଚାଷ ଜମି ପରିଦର୍ଶନ କରି ଉପଯୁକ୍ତ ଚାଷୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ବକ୍ତବ୍ୟ ରଖିଥିଲେ ।

ସମ୍ମାନିତ ଅତିଥି ଭାବେ ମୃତ୍ତିକା ରସାୟନ ବିତ ନିରୁପମା ଗଣିକ, ଆତ୍ମା ଅଧ୍ୟକ୍ଷ ପ୍ରତାପ ଚାନ୍ଦ, କୃଷିଯନ୍ତ୍ରୀ ରଶ୍ମିତା ଦଳେଇ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ତ୍ରିଦେବ ବଘାର, ପ୍ରାଣୀ ଚିକିତ୍ସକ କମଲ ପଧାନ, ମହଦା ସରପଞ୍ଚ ଭିମସେନ ସିଂଦେଓ, ସମିତି ସଭ୍ୟ ମକରଧ୍ୱଜ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ରଜତ ପଧାନ, ସୋନପୁର କୃଷି ଅଧିକାରୀ ଲଳିତ କୁମାର ସାହୁ ପ୍ରମୁଖ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ରେ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ଏହି କୃଷକ ମେଳା ରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଏଥିରେ ସହକାରୀ କୃଷି ଅଧିକାରୀ ଦିଲ ରଞ୍ଜନ ମହାଳିଙ୍ଗ, ମହଦା ଭିଏଡବ୍ଲୁ ସର୍ଜନ ଆଡ଼ବାଙ୍କ, କଇଁତରା ଭାଗିରଥି ମାଝୀ, ସିଂଘିଯୁବା ହେମନ୍ତ ଭୋଇ, ସିଲାଟି ରାଜେଶ ନାୟକ, ବାଉଁଶୁଣୀ ରାଜେନ୍ଦ୍ର ମିଶ୍ର, ସିନ୍ଦୁରପୁର ଧରିତ୍ରୀ ମିଶ୍ର, ଭଣ୍ଡାର ଶର୍ମିଷ୍ଠା କ୍ଷେତି, ମହାଦେବପାଲି ତରଣୀ ସେନ ଭୋଇ ପ୍ରମୁଖ ଙ୍କ ସମେତ ସିଆଲି ଗ୍ରାମବାସୀ ସହଯୋଗ କରିଥିଲେ ।