ପ୍ରାଣୀଧନ ପକ୍ଷରୁ ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

0
129
ପ୍ରାଣୀଧନ ପକ୍ଷରୁ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୯/୦୨) : ପ୍ରାଣୀଧନ ପକ୍ଷରୁ ମେଗା ପ୍ରାଣୀ ଚିକିତ୍ସା ଶିବିର ହରଭଙ୍ଗା ବ୍ଲକ ର ରାଧାନଗର ପଞ୍ଚାୟତ ଅନ୍ତାପାଲି ଗ୍ରାମରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଣୀଧନ ପକ୍ଷରୁ ମେଗା ଚିକିତ୍ସା ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ରଥ ଙ୍କ ତତ୍ଵାବଧାନରେ ପ୍ରାୟ ପାଞ୍ଚ ସହ ପଶୁଙ୍କୁ ଚିକିତ୍ସା କରାଯାଇଥିଲା । ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗଦେଇ ଶିବିରର ଅଗ୍ରଗତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ବନ୍ଦୋବସ୍ତ କରିଥିଲେ । ହରଭଙ୍ଗା ବ୍ଲକ ରେ ଶହେ ଗାଈ ବିଶିଷ୍ଟ ଫାର୍ମ ପ୍ରତିଷ୍ଠା ପାଇଁ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭ୍ରାମ୍ୟମାନ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରତିଭା ପାଢ଼ୀ, ପୁରୁଣାକଟକ ପ୍ରାଣୀ ଚିକିତ୍ସାଧିକାରୀ ଡା. ମିଲିନ ରାଉତ, କେଳାକଟା ପ୍ରାଣିନିରୀକ୍ଷକ ଅଶୋକ କୁମାର ଶତପଥି, ସରସରା ପ୍ରାଣୀଧନ ନିରୀକ୍ଷକ ନିରଞ୍ଜନ ପlତ୍ର, ଏହି ଶିବିରରେ ପ୍ରାଣୀ ସେବା ଯୋଗାଇ ଦେଇଥିବା ବେଳେ ବିଭାଗର ନିର୍ମଳ ପ୍ରଧାନ, ସଞ୍ଜୟ ସାହୁ, ନୀଳାଚଳ ମିଶ୍ର ପ୍ରମୁଖ ସାହାଯ୍ୟ କରିଥିଲେ । ଏହି ପରି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଣୀପାଳନ ବିଭାଗ ଚାଷୀ ମାନଙ୍କ ନିକଟତର ହୋଇପାରିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।