ଡ୍ରେ।ନ ମାଧ୍ୟମରେ ଗ୍ରାମର ଏରିଆ ଚିହ୍ନଟ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ

0
347
ଡ୍ରେ।ନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ନାରାୟଣପୁର ଗ୍ରାମ ପଞ୍ଚାୟତ ର ଦିନ ତୋଡ୍ରା ଡ୍ରେ।ନ ମାଧ୍ୟମରେ ଗ୍ରାମ ର ଏରିଆ ଚିହ୍ନଟ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।

ଡ୍ରେ।ନ ମାଧ୍ୟମରେ ଗ୍ରାମର ଏରିଆ ଚିହ୍ନଟ ସର୍ଭେ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ରୁ ଡ୍ରେ।ନ ସହ ଏକ ଟିମ ଆସି ଗ୍ରାମ ମେପିଙ୍ଗ ସହ ଏରିଆ ଚିହ୍ନଟ କିପରି କରାଯିବ ଅତ୍ୟାଧୁନିକ ଶୈଳୀରେ ଡ୍ରେ।ନମାଧ୍ୟମରେ ଏହାକୁ ରାୟଗଡା ଜିଲ୍ଲା ରେ ପାୟଲେଟ ପ୍ରୋଜେକ୍ଟ ହିସାବରେ ନିଆଯାଇଛି । ଏଥିପାଇଁ ଓଡ଼ିଶାରେ ସମସ୍ତ ତହସିଲ ରେ ସ୍ଵତନ୍ତ୍ର ସର୍ଭେ ଏବଂ ସେଟେଲ ମେଣ୍ଟ ଆକ୍ଟ ୨୦୧୨ ଅନୁସାରେ ବିଜ୍ଞପ୍ତି ପାଇଥିଲା ।

ରାୟଗଡା ଜିଲ୍ଲା ଏକ ଜଙ୍ଗଲ ପାର୍ବତ୍ୟାଅଞ୍ଚଳ ପାଇଁ ଏହି ସର୍ଭେ ବହୁତ ଉପଯୋଗୀ କହିଲେ ଭୁଲ ହେବ ନାହିଁ । ଏହି ସର୍ଭେ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ରୁ ଡ୍ରେ।ନଚାଳକ ଭବାନୀ ପ୍ରସାଦ ରଣା କଲ୍ୟାଣସିଂହପୁର ତହସିଲଦାର ସୁଧାକର ରୋଇତ, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ରାଜସ୍ୱ ନିରୀକ୍ଷକ ସତ୍ୟଜିତ ଦାସ, ସହକାରୀ ରାଜସ୍ୱ ନିରୀକ୍ଷକ ଅନୁପ କୁମାର ମାର୍ଥା ଉପସ୍ଥିତ ରହି ଥିବା ବେଳେ ଦିନ ତୋଡ୍ରା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।