ବ୍ରାଉନସୁଗାର ଜବତ, ବେପାରୀ ଗିରଫ

0
80
ବ୍ରାଉନସୁଗାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଖୋର୍ଦ୍ଧା, (୧୦/୦୨) : ଖୋର୍ଦ୍ଧା ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଦେଉଳିପାଟଣା ଗ୍ରାମରେ ଚଢ଼ାଉ ହୋଇଛି । ୨୭ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ବେପାରୀ ଗିରଫ ହୋଇଛି ।

ଗିରଫ ବେପାରୀ ଜଣଙ୍କ ଦେଉଳିପାଟଣା ଗ୍ରାମ ର ସୁକାନ୍ତ ମଙ୍ଗରାଜ । ସୁକାନ୍ତ ଦୀର୍ଘଦିନ ହେବ ବ୍ରାଉନସୁଗାରକାରବାର କରି ଆସୁଥିବାବେଳେ ଅବକାରୀ ବିଭାଗ ପାଖରେ ପୂର୍ବରୁ ଖବର ଥିଲା । ପୁଣି ଧଳାଜହର ଜବତ । ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗି ଅବକାରୀ ବିଭାଗ ଇନସପେକ୍ଟର ଆଲୋକ ପ୍ରଧାନ ଙ୍କ ନେତୃତ୍ୱ ରେ ଅଚାନକ ଚଢ଼ାଉ କରି ବ୍ରାଉନସୁଗାର ବେପାରୀ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ବେପାରୀ ନିକଟରୁ ୨୭ ଗ୍ରାମ ବ୍ରାଉନସୁଗାରଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।