୧୦ ମିଟର୍ ଦୂରକୁ ଦେଖାଯାଉନି ରାସ୍ତା ଘାଟ

0
131
୧୦ ମିଟର୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୨) : ଟ୍ୱିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ । ୧୦ ମିଟର୍ ଦୂରକୁ ଦେଖାଯାଉନି ରାସ୍ତା । ଭୁବନେଶ୍ୱର -କଟକ ସମେତ ଆଖପାଖ ଅଞ୍ଚଳ‌ରେ କୁହୁଡ଼ିର ପ୍ରଭାବ ।

ଯାନବାହାନ ଯାତାୟତରେ ବାଧାପ୍ରାପ୍ତ । ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ ଉଭେଇଯାଇଛି । ଫେବୃଆରୀ ମାସରେ କଲବଲ କରିବ ଅସହ୍ୟ ତାତି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳ‌ରେ ରାତିର ତାପାମାତ୍ରା ରେ ବୃଦ୍ଧି ହୋଇଛି । ୧୦ ମିଟର୍ ଦୂରକୁ ଦେଖାଯାଉନି ରାସ୍ତା ଘାଟ । ଟ୍ୱିନସିଟି ସମେତ ୬ଟି ଜିଲ୍ଲା ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଦେଇଛି । ଏଣୁ ଏହି ୬ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅପରପକ୍ଷେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଛି । ଗୁରୁବାର ଦିନ ଜି.ଉଦୟଗିରି ଠାରେ ସର୍ବନିମ୍ନ ୮ ଡିଗ୍ରି ରେକର୍ଡ ହୋଇଛି ।