ରାଷ୍ଟ୍ରୀୟ ନାଟ ମେଳା ଉଦଘାଟିତ

0
105
ରାଷ୍ଟ୍ରୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୨) : ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ୍ ନାଟ୍ ତରଫରୁ ଗତକାଲି ୩ଦିନିଆ ରାଷ୍ଟ୍ରୀୟ ନାଟ୍ ମେଳା ଉଦଘାଟିତ ହୋଇଯାଇଛି ।WhatsApp Image 2023 02 11 at 11.46.51 ରାଷ୍ଟ୍ରୀୟ ନାଟ ମେଳା ଉଦଘାଟିତ

ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ଉଦଘାଟନ କରିଥିଲେ । ଚଳିତ ବର୍ଷ ସ୍ୱର୍ଗତ ଅଟଳବିହାରୀ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ରାଷ୍ଟ୍ରୀୟ ନାଟ ମେଳା ରେ କେବଳ ସମ୍ବଲପୁରୀ କୋଶଲୀ ନାଟ ସବୁ ସ୍ଥାନପାଇଥିବାବେଳେ ଗତକାଲି ତିନୋଟି ବହୁ ଉଚ୍ଚ ସ୍ତରୀୟ ନାଟକ ପରିବେଷଣ ହୋଇଥିଲା ।

ପ୍ରଥମ ନାଟକ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁର ପ୍ରାୟୋଜିତ ଆତିଶ କୁମାର ଶତପଥୀ ଙ୍କ ନିର୍ଦ୍ଦେଶିତ ‘ଝି ଲେଉଟେନ୍’ରେ ନାରୀକୁ ଯେ କେବଳ ଗୋଟିଏ ଚରିତ୍ରରେ ସୀମିତ ନରଖି ସମସ୍ତ ଙ୍କୁ ସ୍ନେହ ର ଡୋରୀରେ ବାନ୍ଧି ସମଗ୍ର ସମ୍ପର୍କ କୁ ଯୋଡି ନିଜ ନିଜର ଭିତରେ ସମ୍ପର୍କ କୁ ନିବିଡ ଭାବରେ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦେବା ଉପରେହିଁ ପର୍ଯ୍ୟବେସିତ ଥିବାବେଳେ ଅନ୍ୟତମ ନାଟକ ଟି ବୀଣାପାଣି ସାହିତ୍ୟ କଳା ସଂସଦ ବଡକର୍ଲେ ତରଫରୁ ସୁମନ୍ତ ଭୋଇ ଙ୍କ ନିର୍ଦ୍ଦେଶିତ ‘ଗୁଟେ ରାତିରକଥା’ ରେ ନାଟ୍ୟକାର ସକାଳର ସୂର୍ଯ୍ୟ ଯେବେ ଅପସରି ଯାଇ ଏକ କଳାମିଟମିଟ ରାତି ଘନେଇଆସେ କେବଳ ଯେ ମଣିଷ ଶୋଇନରହି ଗଭୀର ଅନୁଶୀଳନର ଆବଶ୍ୟକ କରିବା ଉପରେ ଆଧାରିତ ଥିବାବେଳେ ଶେଷ ନାଟକଟି ଡ଼୍ରାମା ଚେତନା ସୋହେଲା ରଡ, ତୁଷାର କାନ୍ତ ସାହୁ ଙ୍କ ନିର୍ଦ୍ଦେଶନାରେ ନାଟକ ‘ବହି’ ବର୍ତ୍ତମାନ ର ସାଂପ୍ରତିକ ପରିସ୍ଥିତିରେ ଲୋକମାନେ ସାହିତ୍ୟାନୁରାଗି ହେବାଉପରେ ଗୁରୁତ୍ୱ ଦେଇଛନ୍ତି ।

ସାହିତ୍ୟ ର ସ୍ଥାୟୀତ୍ୱ କୁ ସାଇତି ରଖି ବହି ଛପାଇବା ପାଇଁ ଏକ ନିରିହ ସାହିତ୍ୟିକ କେତେଯେ କଷଣର ପୀଡା ବୋହିଥାଏ ୟା ଉପରେ ଏକ ସୁନ୍ଦର ବିଶ୍ଲେଷଣ ଧର୍ମୀ ନାଟକ ପରିବେଷଣ କରିବା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମସ୍ତେ ଉପହାର ହିସାବରେ ବହି ଖଣ୍ଡିଏ ଲେଖା ଦେଲେହିଁ ଲୋକଙ୍କ ଭିତରେ ପାଠକୀୟତା ବୃଦ୍ଧି ପାଇବାସହ ସାହିତ୍ୟ ର ପ୍ରଚାର ପ୍ରସାର ହୋଇପାରିବ ବୋଲି ଏକ ବିରାଟ ବାର୍ତ୍ତା ପ୍ରଦାନ କରିଥିଲେ ଉକ୍ତ ନାଟ୍ୟାନୁଷ୍ଠାନ । ନାଟ୍ ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁ ଓ ସମସ୍ତ ସଦସ୍ୟମାନେ ସହଯୋଗ କରିଥିବାବେଳେ ବିଚାରକ ଭାବରେ ଡ. ଦ୍ୱାରିକା ନାୟକ, ଡ.ସୁଧାଂଶୁ ଶେଖର ପଟ୍ଟନାୟକ, ହରିହର ପ୍ରଧାନ ଓ ପ୍ରସନ୍ନ ଦାଶ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ ।