ମହିଳା କ୍ରିକେଟ ବିଶ୍ୱକପ ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

0
99
ମହିଳା କ୍ରିକେଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ନୂଆଦିଲ୍ଲୀ, (୧୨/୦୨) : ମହିଳା କ୍ରିକେଟ ବିଶ୍ୱକପ ରେ ଆଜି ହାଇଭୋଲଟେଜ୍ ମ୍ୟାଚ୍ । ସୁପର ସଣ୍ଡେରେ ମୁହାଁ ମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ।

ସାଉଥ ଆଫ୍ରିକାର କେପ୍ ଟାଉନରେ ଖେଳାଯିବ ଏହି ମ୍ୟାଚ୍ । ମହିଳା କ୍ରିକେଟ ବିଶ୍ୱକପ ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଚଳିତ ବିଶ୍ୱକପ ରେ ଏହା ଉଭୟ ଦଳ ପାଇଁ ପ୍ରଥମ ମ୍ୟାଚ୍ ହେବ । ହରମନପ୍ରତି କୌରଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବେ । ତେବେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ ।

ରେକର୍ଡ ଦେଖିଲେ ଭାରତ ପାକିସ୍ତାନଠାରୁ ଅଧିକ ଶକ୍ତିଶାଳୀ । ଟି-୨୦ ଫର୍ମାଟରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଛି ୧୩ଟି ମ୍ୟାଚ୍ । ଯେଉଁଥିରେ ମାତ୍ର ୩ଟି ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି ପାକିସ୍ତାନ । ସେପଟେ ବିଶ୍ୱକପ ଅଭ୍ୟାସ ମ୍ୟାଚ୍ ରେ ଭାରତ ବାଂଲାଦେଶକୁ ୫୨ ରନରେ ହରାଇଥିବା ବେଳେ ପାକିସ୍ତାନ ସାଉଥ ଆଫ୍ରିକା ଠାରୁ ୬ ୱିକେଟରେ ପରାସ୍ତ ହୋଇଛି । ତେଣୁ ପୁରା କନଫିଡେନ୍ସରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ତେବେ ଚଳିତ ବର୍ଷ ଅଣ୍ଡର-୧୯ ମହିଳା ଦଳ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ ଜିତିଥିବା ବେଳେ ମହିଳା ଟିମ୍‌ ମଧ୍ୟ ଏହି ସଫଳତାକୁ ଦୋହରାଇବ ବୋଲି ବିଶ୍ବାସ ରଖିଛନ୍ତି ଦେଶବାସୀ ।