କୋଶଳେଶ୍ୱର ମାଳି ସମାଜ ର ନୂତନ କମିଟି ଗଠନ

0
87
କୋଶଳେଶ୍ୱର

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୨/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଥଛକ ପ୍ରାଙ୍ଗଣରେ ଆଜି କୋଶଳେଶ୍ୱର ମାଳି ସମାଜ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ସଭା ରେ ଆଜି ଏକ କୋଶଳେଶ୍ୱର ମାଳି ସମାଜ କୋଟସମଲାଇ ଅଞ୍ଚଳ ରେ ଏକ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ଜଗନ୍ନାଥ ଉଡାନ୍, ସମ୍ପାଦକ ନରେନ୍ଦ୍ର ବାଘ, ଉପ ସଭାପତି ଅମ୍ବରିଶ ବାରକୁଟିଆ,‌ ସହ ସମ୍ପାଦକ ଧ୍ରୁବଚରଣ ସମରଥ, କୋଷାଧ୍ୟକ୍ଷ ମଇନୁ ନାଏକ୍ ଓ ଉପଦେଷ୍ଟା ମଣ୍ଡଳୀ କମିଟି ରେ ହରି ବାରକୁଟିଆ, ଭୁବନେଶ୍ୱର ଉଡାନ୍, ସରଦ ସିଂହାର, ଲିଙ୍ଗରାଜ ବେଲ୍, ସୁରଲୀ ସିଂହାର ଓ ଗ୍ରାମ ମୁଖ୍ୟ ରେ ବାଘପାଲି -ଭଗବାନ ମଡା, ସାଗଜୁରୀ -ଅଶୋକ ବାଘ, ଜାଲୋଏ -ରୋହିତ ପୁଟେଲ,ଉଦେପଦର -ଭଗବାନ ସିଂହାର ଓ ମହିଳା କମିଟି ରେ ସଭାନେତ୍ରୀ ଭାବେ ଭୂମିସୂତା ଉଡାନ୍, ସମ୍ପାଦିକା ପ୍ରତିମା ସମରଥ, ସହ ସମ୍ପାଦିକା ତପସ୍ଵିନୀ ବାଘ, ଉପ ସଭାନେତ୍ରୀ ଜାନକୀ ବାରକୁଟିଆ ଙ୍କୁ ଚୟନ କରାଯାଇଥିଲା । ଏଥିରେ କୋଟସମଲାଇ, ବାଘପାଲି, ଜାଲୋଏ, ସାଗଜୁରୀ, ଉଦେପଦର, ଡାଳଡବା ରୁ ଜାତି ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏଥିରେ ବରପାଲି, ପିପିଲିପାଲି, ଖଇରଟିକ୍ରା, ବାଞ୍ଜିପାଲି, ସମ୍ବଲପୁର, ଗଇନପୁରା, ଆଦି ଅଞ୍ଚଳରୁ ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲା ଗଠନ ଓ ରାଜ୍ୟ ଗଠନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।