୬ ଲକ୍ଷ ରୁ ଅଧିକ ଟଙ୍କାର ଗଂଜେଇ ବୋଝେଇ କାର ଜବତ ମାଫିଆ ଫେରାର

0
126
୬ ଲକ୍ଷ

ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୧୩/୦୨) : ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ୬ ଲକ୍ଷ ରୁ ଅଧିକ ଟଙ୍କାର ଗଂଜେଇ ବୋଝେଇ କାର ଜବତ ମାଫିଆ ଫେରାର । ଅନକାଡେଲି ଅଞ୍ଚଳ ରୁ ବାହାର ରାଜ୍ୟ କୁ ଗଂଜେଇ ଚୋରା ବେଳେ ମାଡିବସିଲା ପୋଲିସ ।WhatsApp Image 2023 02 13 at 19.20.33 ୬ ଲକ୍ଷ ରୁ ଅଧିକ ଟଙ୍କାର ଗଂଜେଇ ବୋଝେଇ କାର ଜବତ ମାଫିଆ ଫେରାର

ପେଟ୍ରୋଲିଙ୍ଗ ସମୟ ରେ ଦ୍ରୁତ ଗତିରେ ଆସୁଥିବା କାରକୁ ବୁରଡେଲ ଗ୍ରାମ ନିକଟ ରେ ଅଟକାଇ ଥିଲା ପୋଲିସ, କିନ୍ତୁ ଅନ୍ଧାର ର ସୁଯଗ ନେଇ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ଜଙ୍ଗଲ ଭିତର କୁ ଫେରାର ହୋଇଯାଇଛି । କାରକୁ ଯାଞ୍ଚ କରିବାରୁ ୬୩ କେଜି ଗଂଜେଇ ଜବତ କରିଛି ପୋଲିସ । ଜବତ ଗଂଜେଇ ର ମୂଲ୍ୟ ୬ ଲକ୍ଷ ରୁ ଅଧିକା ହେବ ବୋଲି ପୋଲିସ ସୂଚନା ଦେଇଛି । କାର ର ନମ୍ବର ଅନୁଯାଇ ମାଲିକ ନାମ ରେ NDPS ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।