ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ନାଗରିକ କମିଟି ର ରକ୍ତଦାନ ଶିବିର ଅନୁଷ୍ଠିତ

0
81
ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୪/୦୨) : ରକ୍ତ ଦାନ ଜୀବନ ଦାନ, ରୂପେ ପରଗଣିତ ଏହି ମହତ ଦାନ କୁ ନେଇ ସ୍ଥାନୀୟ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ମହାବୀର ପଞ୍ଚାୟତ ଧର୍ମଶାଳା ରେ ପୁଲବାମା ଆତଙ୍କବାଦ ପରି ଘଟଣା ରେ ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ଓ ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି ।WhatsApp Image 2023 02 15 at 08.43.45 1 ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ନାଗରିକ କମିଟି ର ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ ନାଗରିକ ମଞ୍ଚ ତତଫରୁ ଆୟୋଜିତ ଏହି ରକ୍ତଦାନ ଶିବିର କୁ ସ୍ଥାନୀୟ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଆନୁଷ୍ଠାନିକ ଭାବ ରେ ଫିତା କାଟି ଉଦଘାଟନ କରି ଥିଲେ ଓ ସଭା ର ସଭାପତିତ୍ୱ କରି ଥିଲେ ମଞ୍ଚ ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ ଜୀବୀ ରାଧାକାନ୍ତ ପାଢ଼ୀ । ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ନାଗରିକ କମିଟି ର ରକ୍ତଦାନ ଶିବିର ରେ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା । ନାଗରିକ କମିଟି ସଭାପତି ଶ୍ରୀ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ଅନେକ ସ୍ଵେଚ୍ଛାସେବୀ ସଂଗଠନ ସଦସ୍ୟ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପ ସଭାପତି ମୋହନ ଲାଲ୍ ଜୈନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।