ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର : ବାଇକ ରାଲି ଓ ସଚେତନତା

0
119
ବନ ବିଭାଗ ପକ୍ଷରୁ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୪/୦୨) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ର ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ପାଇଁ ବାଇକ ରାଲି ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବାଇକ ରାଲି ରେଞ୍ଜ ଅଫିସ ରୁ ବାହାରି ଶିରିଗୁଡ଼ା ସେକ୍ସନ୍ ର ସମସ୍ତ ଗ୍ରାମକୁ ଯାଇ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ବିଷୟରେ ବୁଝାଇବା ସହ ସରକାର ଙ୍କ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ରାଲିରେ ଶିରିଗୁଡ଼ା ସରପଞ୍ଚ ଓ ରେଞ୍ଜ ଅଫିସର ଶ୍ରୀ ଗଙ୍ଗାଧର ମିଶ୍ର ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ବିଷୟରେ ଡାକ ବାଜି ସାହାଯ୍ୟ ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର କାର୍ଯ୍ୟକ୍ରମ ରେ ଗୁଡ଼ାରି ରେଞ୍ଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।