ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣା କୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା

0
90
ଗରିବ କଲ୍ୟାଣ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୦୨) : ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟ ର ଗରିବ ପରିବାର ଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଞ୍ଚାୟତ ଅଫିସ ସାମ୍ନାରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି । WhatsApp Image 2023 02 15 at 18.25.21 ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣା କୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା

କେନ୍ଦ୍ର ସରକାର ଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ନିଷ୍ପତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ୨୨ ଗୋଟି ପଞ୍ଚାୟତ ରେ ସ୍ଥାନୀୟ ବିଜେଡି କର୍ମୀ ମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ର, ରାମଗଡ଼ ପଞ୍ଚାୟତ ର ଏହି ଗଣ ଧାରଣାରେ ବିଜେଡି କର୍ମୀ ଅଜିତ କ୍ଷେତ୍ତି, ପ୍ରମୋଦ ବିଶି, ମାନଭଞ୍ଜନ ମହାପାତ୍ର, ଚିନ୍ତାମଣି କର୍ଣ୍ଣ, ଏକାଦଶୀ କର୍ଣ୍ଣ, ଶୁଭେନ୍ଦୁ ଯୋଶୀ, ସରପଞ୍ଚ -ପ୍ରଭାସିନୀ ଯୋଶୀ, ପୂର୍ବତନ ସରପଞ୍ଚ -ନରେଶ ସେଠି, ଗୋପବନ୍ଧୁ ମହାପାତ୍ର, ସଂଜୀବ ପ୍ରଧାନ ଆଦି ସାମିଲ ରହିଥିଲେ । ସେହିପରି ତିଲେଶ୍ୱର, ଧଳପୁର, ପୁରୁଣା କଟକ, ହରଭଙ୍ଗା, ମହାଳିକ ପଡା, କୁସଙ୍ଗ, ତଳ ଗାଁ, ବିରନାରସିଂହପୁର ଆଦି ପଞ୍ଚାୟତ ଗୁଡିକରେ ଏହି ପ୍ରତିବାଦ ଗଣଧାରଣା ଦେଖିବାକୁ ମିଳିଥିଲା ।