ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ବିରୋଧରେ ବି ଜେ ଡି ର ଏନ ଏ ସି ଓ ବ୍ଲକ ଘେରାଉ

0
175
ପ୍ରଧାନମନ୍ତ୍ରୀ ଅନ୍ନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୨) : ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ବିରୋଧରେ ବି ଜେ ଡି ର ଏନ ଏ ସି ଓ ବ୍ଲକ ଘେରାଉ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଓଡିଶାକୁ ବୈମାତୃକ ମନୋଭାବରେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାରେ ଯୋଗାଇଥିବା ଚାଉଳ ପାଞ୍ଚ କେଜି କାଟିବା ନେଇ ବି ଜେ ଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ କାଶୀନଗର ବ୍ଲକ ଓ ଏନ ଏ ସି ରେ କାଶୀନଗର ବି ଜେ ଡି ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟ ଓ ଏନ ଏ ସି କାର୍ଯ୍ୟାଳୟକୁ ଘେରାଉ କରାଯାଇ ରାଷ୍ଟ୍ରପତି ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଘେରାଉ ବିକ୍ଷୋଭ ରେ ନେତୃତ୍ୱ ବ୍ଲକ ବି ଜେ ଡି ସଭାପତି ରକମ ରାମ ପ୍ରସାଦ ଓ ଏନ ଏ ସି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ଏମ. ସୁଧାରାଣୀ ଏନ ଏ ସି ବି ଜେ ଡି କାର୍ଯ୍ୟାଳୟ ଠାରେ ରଘୁରାମ ସାହୁ ଓ ଯୁବ ବି ଜେ ଡି ସଭାପତି ରାଜେଶ ମିଶାଲଙ୍କ ଆଭାହାନରେ ବି ଜେ ଡି ସମର୍ଥକ ଓ ଏନ ଏ ସି ର କାଉନସିଲର ଦଳୀୟ କର୍ମୀ ଯୋଗଦେଇ ବିକ୍ଷୋଭ ରେ ଭାଗ ନେଇଥିଲେ । ଓ ବ୍ଲକ କାର୍ଯ୍ୟାଳୟ ଠାରେ ଉପାଧ୍ୟକ୍ଷା ଏସ କଲ୍ୟାଣୀ ପ୍ରମୁଖ ଉପସ୍ଥିତ ଥିଲେ ।