ବୁଢିମାଁ ମନ୍ଦିର ର ପୂଜକ ଙ୍କ ଦେହାନ୍ତ

0
107
ବୁଢିମାଁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୨) : ଗତକାଲି ବିଳମ୍ବିତ ରାତିରେ ସୋନପୁର ବୁଢିମାଁ ମନ୍ଦିର ର ପୂଜକ ବି. ଶିବରାଓ ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ସେ ଜଣେ ଭଦ୍ର ଓ ଆମାୟିକ ବ୍ୟକ୍ତି ଭାବରେ ସହରରେ ବେଶ ଜଣାଶୁଣା । ତେଲୁଗୁ ସ୍ତୋତ୍ର। ବଳୀ ରେ ତାଙ୍କର ମନ୍ତ୍ର ଉଚ୍ଚାରଣ ବେଶ ଭାବଗମ୍ଭୀର ଓ ପ୍ରଭାବଶାଳୀ ଥିବାହେତୁ ଭକ୍ତ ମହଲରେ ସେ ବେଶ ପ୍ରିୟଭାଜନ ହୋଇପାରିଥିଲେ । ବୁଢିମାଁ ମନ୍ଦିର ର ପୂଜକ ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ସତ୍ୟନାରାୟଣ ଓ ୩ ଝିଅ ଉପସ୍ଥିତ ଥିଲେ । ବିଳମ୍ବିତ ରାତିରେ ତ୍ରିବେଣୀ ସଙ୍ଗମ ସ୍ଥିତ ରାମେଶ୍ୱର ଶ୍ମଶାନ ରେ ତେଲୁଗୁ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବିୟୋଗରେ ସୋନପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।