ପଞ୍ଚାୟତ ସ୍ତରୀୟ ସପରିବାର ଡୁମାଲ ସମାବେଶ

0
108
ପଞ୍ଚାୟତ ସ୍ତରୀୟ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୧୮/୦୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତ ର ବଡଖମାର ମଠ ପଡିଆ ଠାରେ ଆଜି ଏକ ଦିବସିୟ ପଞ୍ଚାୟତ ସ୍ତରୀୟ ସପରିବାର ଡୁମାଳ ସମାବେଶ ତଥା ଡୁମାଳ ଜାତି ଐତିହ୍ୟ, ସଂସ୍କୃତି ଓ ଶିକ୍ଷା ର ଅଭିବୃଦ୍ଧି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ପଞ୍ଚାୟତ ସ୍ତରୀୟ ସପରିବାର ଡୁମାଲ ସମାବେଶରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ଡୁମାଳ ସଭାପତି କୃତିବାସ ପଲିଆ ଯୋଗଦେଇଥିବାବେଳେ ଦୟାନିଧି ପଧାନ, ଜିଲ୍ଲା ଡୁମାଳ ସଭାପତି ଅଶ୍ଵିନୀ ମହାକୁର, ମୀନକେତନ ମହାକୁର, ଜିଲ୍ଲା ପରିଷଦ ଚନ୍ଦ୍ରକାନ୍ତୀ ଦନ୍ତା, ଜଟେସିଂହା ସରପଞ୍ଚ ବନିତା ପଧାନ ଓ ସଂଗ୍ରାମପୁର ସରପଞ୍ଚ ଅଳକା କର୍ମୀ, ଭୂଷଣ ପାତ୍ର, ଉପେନ୍ଦ୍ର ଥାଟି, ଚିତ୍ତରଞ୍ଜନ ଗଡତିଆ, ଗୋପିନାଥ ମହାକୁର, ଭୋଲାନାଥ କର୍ମୀ, କଲ୍ପତରୁ ମହାକୁର, କୃଷ୍ଣ ଗାଇଗରିଆ, ସୁଦାମ ଗାଇଗରିଆ ଯୋଗ ଦେଇ ଡୁମାଳ ସମାଜ ରେ ଥିବା ସଂସ୍କାର ବିଷୟରେ ଆଲୋଚନା କରିବା ସହ ସମାଜ କୁ ଶୃଙ୍ଖଳିତ କରିବା ବିଷୟରେ ଆଲୋଚନା କରାଯାଇଥିଲେ । ଉକ୍ତ ସଭା କୁ ଦୟାସାଗର ମେଣ୍ଡଲି ସଂଯୋଯନା କରିଥିବାବେଳେ ଶଙ୍କରର୍ଷଣ ଛନ୍ଦ, ସହଦେବ ମହାକୁର ସହ ପଞ୍ଚାୟତ ର କମିଟି ତଥା ବ୍ଲକ ଅନ୍ୟ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ସମାଜ ର ବିଭିନ୍ନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା ।