ଗୁପ୍ତେଶ୍ୱର ଶୈବ ପୀଠ ରେ ମହା ଆଡ଼ମ୍ବରରେ ପାଳିତ ହେଉଛି ମହା ଶିବରାତ୍ରି

0
131
ଗୁପ୍ତେଶ୍ୱର ଶୈବ ପୀଠ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୮/୦୨) : ମହା ଶିବରାତ୍ରୀ ପାଇଁ ପ୍ରସିଦ୍ଧ ଗୁପ୍ତେଶ୍ଵର ଶୈବ ପୀଠ ଚଳ ଚଂଚଳ ହୋଇପଡିଛି । ଗୁପ୍ତେଶ୍ଵର ଙ୍କୁ ଦର୍ଶନ କରିବା ପାଇଁ ବର୍ତମାନ ଠାରୁ ଶହ ଶହ ଭକ୍ତଙ୍କ ଭିଡ ଜମିଛି ।

ଶ୍ରଦ୍ଧାଳୁ ଓ ଭକ୍ତ ମାନେ ସୁବିଧାରେ କିଭଳି ଦର୍ଶନ କରି ବେ ସେଥିନେଇ ସୂଚାରୁ ରୁପେ ବ୍ୟବସ୍ଥା କରାଯାଇଛି । ଗୁପ୍ତେଶ୍ୱର ଶୈବ ପୀଠ ର ପ୍ରାୟ ୧ କିମି ଦୁର ରୁ ମନ୍ଦିର ଗୁମ୍ପା ପର୍ଯ୍ୟନ୍ତ ଜନ ସାଧାରଣଙ୍କ ଯିବା ଓ ଆସିବା ସକାଶେ ଭିନ୍ନ ଭିନ୍ନ ରାସ୍ତା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କାନ୍ଦୁଲିବେଡା ପଟୁ ଯାଇ ଡକରିଘାଟି ହେଇ ଫେରିବାର ବ୍ୟବସ୍ଥା କରାଯାଇଛି । ଗୋଟାଏ ରାସ୍ତାରେ ଯିବା ଆସିବା ପାଇଁ କଡା କଟକଣା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଓ ଭିଡ ନହେବା ସକାଶେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଗୁପ୍ତେଶ୍ୱର ଶୈବ ପୀଠ କୁ ଯାଉଥିବା ବସ୍ ଓ କାର ଗୁଡିକୁ ୩ କିମି ଦୂରରେପାର୍କିଂ ବ୍ୟବସ୍ଥା କରାଯାଇଛି ।

ମେଡିକାଲ ଟିମ, ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ, ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନକୁ ମୂତୟନ କରାଯାଇଛି । ପୂର୍ବରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥୁଲା । ଗୁପ୍ତେଶ୍ବର ଲାଗି ଶାବରୀ ନଦୀ ପ୍ରବାହିତ ହେଉଛି । ଲୋକେ ମଣ୍ଡନ କରିବାପରେ ସ୍ନାନ କରନ୍ତି । ଅଘଟଣକୁ ରୋକିବା ସକାଶେ ନଦୀ ଘାଟରେ ଲୁହାର ପୋଲ ପୋତି ସୁରକ୍ଷା ବାଡ ତିଆରି କରାଯାଇଛି । ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଗୁପ୍ତେଶ୍ଵର ଶୈବ ପୀଠରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ବ୍ୟବସାୟୀମାନେ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ବେଶ ଆଶାବାଦୀ ହୋଇଛନ୍ତି ।