ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରି ପରିବେଶ କୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ର ପ୍ରୟାସ

0
126
ଜଙ୍ଗଲ କୁ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୧/୨) : ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରି ପରିବେଶ କୁ ସୁରକ୍ଷିତ ରଖିବା ପାଇଁ ଓଡିଶା ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୋଟଗଡ ବନାଞ୍ଚଳ ର ସେଣ୍ଟ୍ରାଲ ନର୍ସରୀ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି ।

ଫାୟର ଫ୍ରି ପଞ୍ଚାୟତ ପାଇଁ ବନ ବିଭାଗ ର ପ୍ରୟାସ । ଏହି ବୈଠକ ରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜଙ୍ଗଲ ନିଆଁ ର ନିରାକରଣ ଏବଂ ପ୍ରତିକାର ନିମନ୍ତେ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ନେଇ ଆଲୋଚନା କରାଯାଇଛି । କୋଟଗଡ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା ଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ସାଂସଦ ଙ୍କ କୋଟଗଡ ବ୍ଲକ ପ୍ରତିନିଧି ମନୋଜ ସାବତ, କୋଟଗଡ଼ ତହସିଲଦାର ଦିବାକର ମାଝୀ, ବ୍ଲକ ଅଧକ୍ଷା ପିଙ୍କି କହଁର, ଜିଲ୍ଲା ପରିଷଦ ସଦସ୍ୟ ଜିରୀମୟ ସୁନାମାଝି, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ଭାଟ ତୁମୁଡିବନ୍ଧ କେନ୍ଦୁଲିଫ ରେଞ୍ଜର ମାଧବ ଚନ୍ଦ୍ର ବେହେରା ଯୋଗଦେଇ କୋଟଗଡ଼ ରେଞ୍ଜ ରେ ଜଙ୍ଗଲ ନିଆଁ ର ନିରାକରଣ ଓ ନିୟନ୍ତ୍ରଣ ନେଇ ବକ୍ତବ୍ୟ ରଖିଥିଲେ ।

ଏହି ସମନ୍ୱୟ ବୈଠକ ରେ କୋଟଗଡ଼ ବ୍ଲକ ର ପନ୍ଦର ଟି ପଞ୍ଚାୟତ ର ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଅଗ୍ନିଶମ ବିଭାଗ, କେନ୍ଦୁଲିଫ, ରେଭିନ୍ୟୁ ବିଭାଗ ର ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ । ଜନସାଧାରଣ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ହିଁ ଜଙ୍ଗଲ ନିଆଁ ର ନିୟନ୍ତ୍ରଣ ହୋଇପାରିବ ବୋଲି କନ୍ଧମାଳ ସାଂସଦ ଙ୍କ କୋଟଗଡ଼ ପ୍ରତିନିଧି ମନୋଜ ସାବତ କହିଛନ୍ତି । କୋଟଗଡ଼ ବ୍ଲକ ର ସମସ୍ତ ଜନସାଧାରଣ ଙ୍କୁ ଜଙ୍ଗଲ ନିଆଁ ର ନିରାକରଣ ନେଇ ନିବେଦନ କରିଛନ୍ତି କୋଟଗଡ଼ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା । ଏହି ସଚେତନତା କାର୍ଯ୍ୟକ୍ରମ କୁ ଫରେଷ୍ଟର ପ୍ରଭାତ କୁମାର ଦୋରା ପରିଚାଳନା କରି ଥିଲେ । ଫରେଷ୍ଟର ଦେବାଶିଷ ଚୌଧୁରୀ, ରାହୁଲ ଦିଗଲ, ବିନୋଦ ସାହୁ, କିରାନବାଳା ସ୍ୱାଇଁ ଏବଂ ନୂତନ ଭାବେ ନିଯୁକ୍ତ ହୋଇଥିବା ଫରେଷ୍ଟ ଗାର୍ଡ ପ୍ରମୁଖ ସହଯୋଗ କରି ଥିଲେ ।