ରାଜ୍ୟ ବିଜେପି ସଭାପତି ଙ୍କ ବାଲିଗୁଡା ରେ ପ୍ରେସ ମିଟ ଓ କର୍ମୀ ସମ୍ବିଳନୀ

0
137
ରାଜ୍ୟ ବିଜେପି ସଭାପତିଙ୍କ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୨୨/୨) : କନ୍ଧମାଳ ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ଆସି ରାଜ୍ୟ ବିଜେପି ସଭାପତି ବାଲିଗୁଡା ରେ ପ୍ରେସ ମିଟ ଓ ବିଜେପି କର୍ମୀ ସମ୍ବିଳନୀ ରେ ଯୋଗ ଦେଇଛନ୍ତି |WhatsApp Image 2022 02 23 at 8.32.44 AM ରାଜ୍ୟ ବିଜେପି ସଭାପତି ଙ୍କ ବାଲିଗୁଡା ରେ ପ୍ରେସ ମିଟ ଓ କର୍ମୀ ସମ୍ବିଳନୀ

ବାଲିଗୁଡା ସନ୍ତୋଷ ଭବନ ରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀ ରେ ରାଜ୍ୟ ବିଜେପି ସଭାପତି କନ୍ଧମାଳ ଜିଲ୍ଲା ର ବିଭିନ୍ନ ମୌଳିକ ସମସ୍ୟା ଉପସ୍ଥାପନ କରି ସରକାର ଙ୍କ ଅପାରଗତା ସମ୍ପର୍କ ରେ ରେ ପ୍ରଶ୍ନ କରିଥିଲେ | ପ୍ରାକୃତିକ ସମ୍ପଦ ରେ ଭରପୁର କନ୍ଧମାଳ ର ବିକାଶ ପାଇଁ ସରକାର ଅଧିକ ତପ୍ତ ରତ୍ୱା ପ୍ରକାଶ କରି କାର୍ଯ୍ୟ କଲେ ଜିଲ୍ଲା ର ଅଧିବାସୀ ମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ସାମ୍ବାଦିକ ସମ୍ବଳିନୀ ରେ ତଥ୍ୟ ଉପସ୍ଥାପନା କରିଥିଲେ |

ଚଳିତ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟରେ ସାମ୍ବାଦିକ ଆକ୍ରମଣ କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିନ୍ଦା କରିବା ସହିତ ଆକ୍ରମଣକାରୀ ବିରୁଦ୍ଧରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ | କନ୍ଧମାଳ ହଳଦୀ ଚାଷୀ ମାନଙ୍କୁ ସେମାନଙ୍କ ହକ ମିଳି ପାରୁନଥିବା ଅଭିଯୋଗ କରିଛନ୍ତି |

ସେହିପରି କେନ୍ଦ୍ର ରେ ଥିବା ମୋଦୀ ସରକାର ଙ୍କ ବିଭିନ୍ନ ଯୋଜନା ସରକାର କାର୍ଯ୍ୟ କରିବା ରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି | କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବିଜେପିପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କାର୍ଯ୍ୟ ରାଜ୍ୟ ସଭାପତି ସମୀର ମହାନ୍ତି ସାରି ବାଲିଗୁଡା ରେ ପହଞ୍ଚି ସାମ୍ବାଦିକ ସମ୍ବିଳନୀ ରେ କହିଛନ୍ତି | ପରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସମ୍ବିଳନୀ କକ୍ଷ ରେ କର୍ମୀ ସମ୍ବିଳନୀ ରେ ଯୋଗ ଦେଇ ପଦାଧିକାରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ |WhatsApp Image 2022 02 23 at 8.32.43 AM ରାଜ୍ୟ ବିଜେପି ସଭାପତି ଙ୍କ ବାଲିଗୁଡା ରେ ପ୍ରେସ ମିଟ ଓ କର୍ମୀ ସମ୍ବିଳନୀ

ଏହି ସାମ୍ବାଦିକ ସମ୍ବିଳନୀ ରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଟ ଉପସ୍ଥିତ ଥିଲେ |

ସେହିପରି ବିଜେପି କର୍ମୀ ସମ୍ବିଳନୀ ରେ ରାଜ୍ୟ ସଭାପତି ସମେତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁ ଦେଇ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ କ୍ଷମା ସାଗର ପ୍ରଧାନ, ବାଲିଗୁଡା ନଗର ସାଧାରଣ ସମ୍ପାଦକ ଆଦିକନ୍ଧ ପଟ୍ଟନାୟକ, ନଗର ସଭାପତି ଦିବାକର ସାହୁ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ |