ଶିକାରୀ ଗୁଳି ରେ ଶିକାରୀ ସାଙ୍ଗର ମୃତ୍ୟୁ ,ଜଣେ ଅଟକ ପଲିସ ତଦନ୍ତ ଯାରି

0
546
ଶିକାରୀ ଗୁଳି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ ଉପରେ ଜନ୍ତୁ ଶିକାର କରିବାକୁ ଯାଇ ଶିକାରୀ ଗୁଳି ରେ ଶିକାରୀ ସାଙ୍ଗର ମୃତ୍ୟୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।WhatsApp Image 2023 02 23 at 13.15.40 ଶିକାରୀ ଗୁଳି ରେ ଶିକାରୀ ସାଙ୍ଗର ମୃତ୍ୟୁ ,ଜଣେ ଅଟକ ପଲିସ ତଦନ୍ତ ଯାରି

ଗତକାଲି ରାତ୍ର ନିୟମଗିରି ପାହାଡ ଉପରେ ପାର୍ଶାଲି ପଞ୍ଚାୟତ ଅନ୍ତର୍ଗତ ବଙ୍ଗପାଦୁ ଗ୍ରାମରେ ଘଟିଛି ଅଘଟଣ । ଜନ୍ତୁ ଶିକାର କରିବା ପାଇଁ ଗ୍ରାମର କିଛି ଲୋକଙ୍କ ସହ ବିଷମ କଟକ ବ୍ଲକ କୁଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡବାଲି ଗ୍ରାମର ବୁଟୁ ଜାକେସିକା ଯାଇଥିଲା । ବୁଟୁ ଗୁରୁତର ଆହତ ଅବସ୍ଥା ରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ସମୟ ରେ ତା’ର ମୃତ୍ୟୁ ଘଷଣା କରିଥିଲେ ଡାକ୍ତର । ଶିକାରୀ ଗୁଳି ରେ ଶିକାରୀ ସାଙ୍ଗର ମୃତ୍ୟୁ । ଏ ସମ୍ପର୍କରେ ପୁଲିସ ଘଟଣା ସମ୍ପର୍କ ରେ ବଙ୍ଗପାଡୁ ଜଙ୍ଗଲକୁ ଯାଇ ଜଣେ ନାବାଳକ କୁ ଅଟକ ରଖି ପଚରା ଉଚରା କରୁଥିବା କହିଛନ୍ତି ଥାନା ଅଧିକାରୀ ମୁକୁନ୍ଦଦେବ ନାୟକ ।