ସାମାନ୍ୟ ବଚସାରୁ ହତ୍ୟା ଉଦ୍ୟମ

0
80
ସାମାନ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୬/୦୨) : ନିଶାସକ୍ତ ସ୍ୱାମୀର ନୃଶଂସ କାଣ୍ଡ । ମଦ ପିଇ କାତିରେ ସ୍ତ୍ରୀକୁ କଲା ଆକ୍ରମଣ । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଛି ସ୍ୱାମୀ ।

ଅଳ୍ପକେ ବର୍ତ୍ତି ଯାଇଛି ସ୍ତ୍ରୀ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ କୁଆଁପଡ଼ା ଗ୍ରାମରେ । ପାରିବାରିକ କଳହକୁ ନେଇ ସାମାନ୍ୟ ବଚସାରୁ ସ୍ୱାମୀ ଚୈତନ୍ୟ ନାୟକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀ ପିଙ୍କି ନାୟକଙ୍କୁ ହତ୍ୟା ଉଦ୍ୟମ କରିଛି । ଜୀବନରୁ ମାରି ଦେବାକୁ ଚେଷ୍ଟା କରି ଗୋଟିଏ କାତି ସାହାଯ୍ୟରେ ସ୍ତ୍ରୀର ବେକକୁ ଚୋଟ ପକେଇବା ପାଇଁ ଉଦ୍ୟମ କଲାବେଳେ ଅଳ୍ପକେ ବର୍ତ୍ତି ଯାଇଛି ସ୍ତ୍ରୀ । ବେକରେ ନ ବାଜି ସ୍ତ୍ରୀର ଗାଲରେ ବାଜିଛି । ରକ୍ତ ଯୁଡୁବୁଡୁ ଅବସ୍ଥାରେ ପ୍ରାଣ ପଣେ ନିଜ ଜୀବନ ବଞ୍ଚାଇ ମହେନ୍ଦ୍ରଗଡ ନିଜ ମଉସା ଘରକୁ ଧାଇଁ ଆସିଥିଲେ ପିଙ୍କି ।

ମଉସାଙ୍କ ପରିବାର ଲୋକେ ତାଙ୍କୁ ଆଣି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡକ୍ଟର ସାଗର ନାୟକ ତାଙ୍କୁ ବ୍ରହ୍ମପୁର ଯିବାକୁ ପରାମର୍ଶ ଦେବା ସହ ଆର ଉଦୟଗିରି ଥାନାକୁ ମଧ୍ୟ ଖବର ଦେଇଥିଲେ । ହେଲେ ପୋଲିସ୍ ମଧ୍ୟ ଡାକ୍ତରଖାନାରେ ପହଞ୍ଚିନଥିଲେ । ଏ ନେଇ ଗୁରୁତର ପିଙ୍କି ନାୟକ କହିଛନ୍ତି ମୁଁ ଥାନାରେ ଅଭିଯୋଗ କଲେ ମଧ୍ୟ ମତେ ଘରେ ରଖେଇ ଦେବିନି ବୋଲି ଧମକ ଦେଇଛି ସ୍ୱାମୀ ।