ପୌରପରିଷଦ ର ପୂର୍ବତନ କାଉନସିଲର ଭେଙ୍କେଟ ପ୍ରସାଦ ଗୁଲିପାଲି (ଜି.ଭି)ଙ୍କ ଅକାଳ ବିୟୋଗ

0
206
ପୌରପରିଷଦ ର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୦୩) : ପୌରପରିଷଦ ର ପୂର୍ବତନ କାଉନସିଲର ଜି.ଭି ଙ୍କ ବିଜୟ ନଗର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ପୌରପରିଷଦ ର ପୂର୍ବତନ କାଉନସିଲର ଭେଙ୍କେଟ ପ୍ରସାଦ ଗୁଲିପାଲି (ଜି.ଭି)ଙ୍କ ଅକାଳ ବିୟୋଗ । ୫୪ ବର୍ଷ ବୟସରେ ସେ ମୁର୍ତ୍ୟୁ ବରଣ କରିଛନ୍ତି । ଜି.ଭି ଜଣେ ସମାଜସେବୀ, ଏବଂ ଜାତୀୟ କଂଗ୍ରେସ ଦଳର ଆଗ ଧାଡ଼ିର ନେତା ଭାବେ ସ୍ଥାନୀୟ ଅଞ୍ଚଳ ରେ ପରିଚିତ ଥିଲେ । ତାଙ୍କ ବିୟୋଗ ରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ରାୟଗଡା ସହର ରେ ଥିବା ଗ୍ରାମଦେବୀ ମା ବୁରଦଲା ପାଲ୍ଲମା ପରିଚାଳନା କମିଟି ର ସଭାପତି ଥିବା ବେଳେ, ମନ୍ଦିର ଉନ୍ନତି ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜି.ଭି ପ୍ରସାଦ ଜଣେ ମିଷ୍ଠଭାଷୀ, ପରୋପକାରି, ସହୁର୍ଦୟ ବ୍ୟକ୍ତି ଥିବା ସହ ରାୟଗଡା ର ଭିଭିନ୍ନ ବାଣିଜ୍ୟ କ ସଂସ୍ଥା ସହ ଜଡିତ ଥିଲେ ।

ଜି.ଭି ପ୍ରସାଦ ମୁତ୍ୟୁ ର ଖବର ଶୁଣି ରାୟଗଡା ବିଜୁ ଜନତା ଦଳ ର ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ବରିଷ୍ଠ ବିଜେଡି ନେତା କଣ୍ଡାବାବୁ, ରାୟଗଡା ବିଧାନ ସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ଆପାଲ୍ଲା ସ୍ୱାମୀ ଓ ବିଭିନ୍ନ ଦଳର ରାଜନେତା ଓ ରାୟଗଡା ସହର ର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନ ରେ ଉପସ୍ଥିତ ହୋଇ ତାଙ୍କ ପରିବାର କୁ ସମବେଦନା ଜ୍ଞାପନ କରିବା ସହ ମୃତଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।