ମୋ ସ୍କୁଲ ଅଭିଯାନ ରେ ସାମିଲ ହେଲେ ସମାଜ ସେବୀ

0
135
ମୋ ସ୍କୁଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୦୩) : ଓଡିଶା ସରକାର ବିଭିନ୍ନ ସ୍କୁଲ ର ଉନ୍ନତି କରଣ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଲୋକ ଙ୍କ ସମ୍ପୃକ୍ତି ବଢାଇବା ପାଇଁ ‘ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ।

କାଶୀନଗର ସହର ର ଜଣାଶୁଣା ସମାଜସେବୀ ଶ୍ରୀ କାଟିକି ରାମରାଓ ନିଜର ଅବସର ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ନିଜକୁ ସମ୍ପୃକ୍ତି ଜାରି ରଖିଛନ୍ତି । ଆଜି କାଶୀନଗର ସହର ଠାରେ ଥିବା ପୁରାତନ ହାଇସ୍କୁଲ ର ଜଣେ ଛାତ୍ର ହିସାବ ରେ ମୋ ସ୍କୁଲ ଅଭିଯାନ ରେ ନିଜକୁ ସାମିଲ କରିଛନ୍ତି । ସେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ଓ ଅତିରିକ୍ତ ଶିକ୍ଷା ଅଧୁକାରୀ ସୁଶ୍ରୀ ମିନା ବେହେରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭି. କୁର୍ମାନଥମ ଓ ସିଅରସିସି ଆର. ମଧୁ କୁମାର ଙ୍କ ଉପସ୍ଥିତି ରେ ଶ୍ରୀ ରାମ ରାଓ ୨୦ ହଜାର ଟଙ୍କା ପିଲା ମାନଙ୍କ ନିମନ୍ତେ ଆବଶ୍ୟକ ଖେଳ ଓ କୁଦ ପାଇଁ ଏହି ଟଙ୍କା ଖର୍ଚ୍ଚ କରିବାକୁ ଅନୁରୋଧ କରି ଚେକ ପ୍ରଦାନ କରିଛନ୍ତି । ବି ଇ ଓ ଶ୍ରୀ ଗମାଙ୍ଗ ଭୁୟସୀ ପ୍ରଶଂସା କରିଛନ୍ତି ।